କମାଲ୍ କଲେ ଟେଲରଙ୍କ ପୁଅ ! କଠିନ ପରିଶ୍ରମ ଓ ଅଧ୍ୟବ୍ୟସାୟ ବଳରେ ସିଏ ପରୀକ୍ଷାରେ କଲେ ଟପ୍

185

ଆତ୍ମବିଶ୍ୱାସ, କଠୋର ପରିଶ୍ରମ ଓ କିଛି କରିବାର ଇଚ୍ଛା ଥିଲେ ଅସମ୍ଭବ ବୋଲି କିଛି ରହିବ ନାହିଁ । ଚାଟାର୍ଡ଼ ଆକାଉଂଟ ତଥା ସିଏ ପରୀକ୍ଷା ପାସ୍ କରିବା କେତେ କଷ୍ଟକର ତା’ଠାରୁ ଅଧିକ କଷ୍ଟ ସିଏ ପରୀକ୍ଷାରେ ଟପ୍ କରିବା । ଚଳିତ ବର୍ଷ କୋଟା ନିବାସୀ ସାଦାବ ହୁସେନ୍ ସିଏ ଫାଇନାଲ ପରୀକ୍ଷାରେ ଅଲ ଇଣ୍ଡିଆରେ ଟପ୍ କରିଛନ୍ତି ।

ଜଣେ ସାଧାରଣ ଟେଲରଙ୍କ ପୁଅ ସାଦାବ୍ ସିଏ ଫାଇନାଲରେ ଅଲ ଇଣ୍ଡିଆରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମୋଟ୍ ୮୦୦ରୁ ୫୯୭ ନମ୍ବର ରଖିଛନ୍ତି ସାଦାବ୍ । ସେ କୋଟା ବିଶ୍ୱବିଦ୍ୟାଳରୁ ବିକମ୍ ଡିଗ୍ରି ହାସଲ କରିଛନ୍ତି । ତାଙ୍କ ବାପା ଜଣେ ସାଧାରଣ ଟେଲର ଏବଂ ସେ ମାତ୍ର ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ନିଜେ ଉଚ୍ଚଶିକ୍ଷିତ ହୋଇନଥିଲେ ମଧ୍ୟ ପୁଅକୁ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖିଥିଲେ । ଆଉ ସେଥିପାଇଁ କଠୋର ପରିଶ୍ରମ ମଧ୍ୟ କରିଥିଲେ । ସାଦାବଙ୍କର ୪ ଭଉଣୀ ଓ ପରିବାରରେ ସେ ଜଣେ ମାତ୍ର ପୁଅ ।

ଏକ ସାକ୍ଷାରତାର ରେ ସାଦାବ କହିଛନ୍ତି ଘରର ଅବସ୍ଥା ଦେଖି ଶୀଘ୍ର ଚାକିରି ପାଇବା ପାଇଁ ମୁଁ ଦିନ ରାତି କଠିନ ପରିଶ୍ରମ କରୁଥିଲି । ବାପାମା’ଙ୍କୁ ଭଲରେ ରଖିବା ସହ ଆଗାମୀ ଜୀବନରେ କୌଣସି ଅସୁବିଧା ନହେଉ ବୋଲି ସେ ପରିଶ୍ରମ କରୁଥିଲେ । ୨୩ ବର୍ଷିୟ ଶାଦାବ ଦିନକୁ ୧୩/୧୪ ଘଂଟା ପରିଶ୍ରମ କରୁଥିଲେ । ସେ କହିଛନ୍ତି ଅଲ ଇଣ୍ଡିଆରେ ସିଏ ଫାଇନାଲରେ ପ୍ରଥମ ରାଙ୍କରେ ଥିବାରୁ ମୋ ପରିବାର ଲୋକେ ବହୁତ ଖୁସି । ଏହା ମୋ ପାଇଁ ଓ ମୋ ପରିବାର ପାଇଁ ବଡ଼ ଉପଲବ୍ଧି । ସମସ୍ତ ଜାଣିଥିଲେ ମୋର ଭଲ ରାଙ୍କ ଆସିବ । କିନ୍ତୁ ପରୀକ୍ଷାରେ ଟପ୍ କରିବା କଥା କେହି ଚିନ୍ତା କରିନଥିଲେ । ଏବେ ସମସ୍ତେ ବେଶ୍ ଖୁସି ।