ପୁଣି ଟଙ୍କା ଆଗରେ ହାରିଗଲା ମାଆର ମମତା ! ସଂପତି ପାଇଁ ନିଜ ବୁଢି ମାଆ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ ସଇତାନ ସନ୍ତାନ

147

ସାମାନ୍ୟ ଟଙ୍କା ଯେ ମଣିଷକୁ ଏତେ ନୀଚ କରିଦିଏ ତାହା ଆପଣ ଏହି ଖବରଟିରୁ ପଢିବା ପରେ ଜାଣିପାରିବେ । ଏଭଳି ଏକ ଛାତି ଥରା ଘଟଣା ଦେଖିବାକୁ ମିଳିଛି ସ୍ୱପ୍ନର ସହର ମୁମ୍ବାଇରେ । ଯେଉଁଠିକୁ ଲୋକ କିଛି ବନିବାର ଆଶା ରଖି ଆସିଥାନ୍ତି । ହେଲେ ମୁମ୍ବାଇ ଭଳି ନଗରୀରେ ଏଭଳି ଏକ ହୃଦୟବିଦାରକ ଘଟଣା ନିଶ୍ଚୟ ଆପଣଙ୍କୁ ବ୍ୟଥିତ କରିପାରେ ।

ସୂଚନା ମୁତାବକ, ସୁନୀଲ ନାମକ ଜଣେ ବ୍ୟକ୍ତି ପତ୍ନୀ, ପିଲା ଧରି ମୁମ୍ବାଇରେ ରୁହନ୍ତି । ଆଉ ତାଙ୍କ ସହ ରହୁଥିଲା ବିଧବା ବୁଢି ମାଆଟି । ହେଲେ ସଂପତି ଲୋଭରେ କୁଳାଙ୍ଗାର ପୁଅ ମାଆର ୫୦ ବର୍ଷର ମମତାକୁ ଭୁଲିଯାଇଥିଲା ଆଉ ମାଆ ଦେହରେ କିରୋସିନ ଢାଳି ଜୀଳନ୍ତା ଜଳାଇ ଦେଇଥିଲା । ତେବେ ଘଟଣାଟି ସେତେବେଳେ ପ୍ରଘଟ ହୋଇଥିଲା, ଯେତେବେଳେ ମୃତ ମହିଳାଙ୍କ ସାନ ପୁଅ ଶୁସୀଲ ମାଆକୁ ଭେଟିବାକୁ ତାଙ୍କ ଘରକୁ ଆସିଥିଲେ । ଶୁସୀଲ୍ ବେଙ୍ଗାଲୁରୁରେ ଏକ ଘରୋଇ କଂପାନୀରେ କାମ କରନ୍ତି । ତେଣୁ ଯେତେବେଳେ ତାଙ୍କୁ ଟିକିଏ ସମୟ ମିଳେ ସେ ମାଆକୁ ଦେଖିବାକୁ ମୁମ୍ବାଇ ଚାଲିଆସନ୍ତି । ହେଲେ ସେ ଜାଣିନଥିଲେ କି ଏଥରକ ସେ ମାଆକୁ ନୁହେଁ ବରଂ ମାଆର ଚିତାକୁ ଦେଖିବାକୁ ଆସିଛନ୍ତି ବୋଲି ।

ସୁନୀଲ ମାଆକୁ ହତ୍ୟା କରିବା ପରେ ବେଙ୍ଗାଲୁରୁରେ ରହୁଥିବା ସାନ ଭାଇକୁ ଫୋନ କରି ଜଣାଇଥିଲେ କି ଆମେ ସମସ୍ତେ ଏକ ଭୋଜିରେ ବାହାରକୁ ଯାଇଥିଲୁ ଆଉ ମାଆ ପାଇଁ ରୋଷେଇ କରି କିଚେନରେ ରଖିଦେଇଯାଇଥିଲୁ । ବୋଧହୁଏ ମାଆ ତାକୁ ଗରମ କରୁଥିବା ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ଆଉ ସେ ଜଳିଯାଇଥିଲେ । ଆମେ ଯେତେବେଳେ ଘରକୁ ଫେରି ଦେଖିଥିଲୁ ସେତେବେଳେ ବହୁତ ବିଳମ୍ବ ହୋଇଯାଇଥିଲା । କାରଣ ମାଆ ନିଆଁରେ ସଂପୂର୍ଣ୍ଣ ଭାବରେ ଜଳିଯାଇଥିଲା ।

କିନ୍ତୁ ଭାଇର କଥାକୁ ବିଶ୍ୱାସ କରିନଥିଲେ ଶୁସୀଲ । ତାଙ୍କର ସୁନୀଲ ଉପରେ ସନ୍ଦେହ ଜାତ ହୋଇଥିଲା । ତେଣୁ ଏସଂପର୍କରେ ସେ ପଡିଶା ଘରେ ଘଟଣା ଘଟିବାର ଦିନ କଣ ହୋଇଥିଲା ତାହା ସଂପର୍କରେ ପଚାରି ବୁଝିଥିଲେ । ହେଲେ ସେମାନଙ୍କଠାରୁ ଶୁସୀଲ ଜାଣିବାକୁ ପାଇଥିଲେ କି, ଘଟଣା ଘଟିବାର ଦିନ ସୁନୀଲ କୌଣସି କାରଣରୁ ôମାଆଙ୍କ ସହ ଝଗଡା ହୋଇଥିଲା । ଏପରିକି ପାଖାପାଖି ଦୁଇ ଘଂଟା ଧରି ଏଭଳି ପାଟିତୁଣ୍ଡ ଲାଗିରହିଥିଲା । ଆଉ ତାଙ୍କ ମାଆଙ୍କର କେବଳ କାନ୍ଦିବାର ଶଦ୍ଦ ହିଁ ଆମକୁ ଶୁଣାଯାଉଥିଲା ବୋଲି ପଡିଶା ଘରଲୋକେ କହିଥିଲେ ।

ପାଖାପାଖି ଅଧାଘଂଟା ପରେ ସୁନୀଲ, ତାଙ୍କ ପତ୍ନୀ ଏବଂ ପିଲାକୁ ଧରି ଗାଡିରେ ବସି କେଉଁଆଡେ ଚାଲି ଯାଇଥିଲେ । ଆଉ କେତେବେଳେ ଆସିଲେ ଆମକୁ ଜଣାନାହିଁ ବୋଲି ପଡିଶା ଲୋକେ ଶୁସୀଲଙ୍କୁ କହିଥିଲେ । ଏହାପରେ ଶୁସୀଲ ବଡ ଭାଇ ଓ ଭାଉଜ ବିରୋଧରେ ଥାନାରେ ଯାଇ ଅଭିଯୋଗ କରିଥିଲେ । ପୁଲିସ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ପରେ ଦୁହେଁ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ଆଉ ସଂପତି ପାଇଁ ଏଭଳି କାଣ୍ଡ ଭିଆଇ ଥିବା ପୁଲିସ ଆଗରେ ମାନିଥିଲେ ।