ପୁଅ ବୁଝିଲାନି ମା’ର ମମତା ! କଟୁରୀରେ ନିର୍ଦ୍ଦୟ ଭାବେ ମା’କୁ ହତ୍ୟା କଲା ପୁଅ ।

35

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁ ମା ଦିନେ ନିଜ ପୁଅକୁ ଗେହ୍ଲା ବସରରେ ବଡ କରିଥିଲା ସେଇ ମା ଜାଣିନଥିଲା ଯେ ନିଜ ପୁଅ ହିଁ ତାର ମୃତ୍ୟୁର କାରଣ ସାଜିବ । ଜନ୍ମକଲା ପୁଅ ହିଁ ନିଜ ମାର ଜୀବନ ନେଇଯିବ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଦରଘା ହରିଜନ ସାହିରେ ।

ତେବେ ହତ୍ୟା କରିଥିବା ଅଭିଯୁକ୍ତର ନାଁ ହେଉଛି ଟୁଲୁ ଜେନା । ଅଭିଯୁକ୍ତ ଟୁଲୁ ନିଜ ମାକୁ କଟୁରୀରେ ହତ୍ୟା କରିଥିବା ଜଣାପଡିଛି । ହତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ହତ୍ୟା ପଛରେ କଣ କାରଣ ରହିଛି ତାହା ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରୟାସ ଚଲାଇଛି ।