ପୁଅ ସାଜିଲା ସଇତାନ : ଅନୁଗୁଳରେ ସାମାନ୍ୟ ବଚସାରୁ ବାପାମାଙ୍କୁ ହାତୁଡିରେ ପିଟି ହତ୍ୟା କଲା ପୁଅ

34

କନକ ବ୍ୟୁରୋ : ବାପାମାଙ୍କୁ ହତ୍ୟା କଲା ପୁଅ । ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇ ହାତୁଡିରେ ପିଟି ବାପା ମାଙ୍କୁ ହତ୍ୟା କରିଛି ପୁଅ । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବରପଦର ଗାଁରେ । ଗାଁର ଅଭିଯୁକ୍ତ ପୁଅ ଦୁଖୀଶ୍ୟାମ ବଘାରକୁ ପୁଲିସ ଅଟକ ରଖିଛି । ମୃତକ ସ୍ୱାମୀ ସ୍ତ୍ରୀ ହେଲେ କରୁଣା ବଘାର ଓ ଚମ୍ପା ବଘାର । ଗତକାଲି ରାତିରେ ଦୁଖୀଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଖୀଶ୍ୟାମ ତାଙ୍କ ସ୍ତ୍ରୀଙ୍କୁ ମାରପିଟ କରିଥିଲେ । ତେବେ ଏପରି କରିବାରୁ ତାଙ୍କୁ ବାପାମା ବାରଣ କରିବାରୁ ହାତୁଡିରେ ଆକ୍ରମଣ କରିଥିଲା ଦୁଖୀଶ୍ୟାମ । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ ଦେବଗଡରେ ମଧ୍ୟ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ପୁଅର ଗୁଳିରେ ଟଳିପଡିଛନ୍ତି ବାପା । ଦେବଗଡ ଜିଲ୍ଲା କୁଣ୍ଢେଇଜ୍ଞୁଡା ଥାନା ଶ୍ୟଙ୍ଗିପାଳ ଗାଁରେ ପାରିବାରିକ କଳହକୁ ନେଇ ବାପାକୁ ଗୁଳି ମାରିଛି ମଦ୍ୟପ ପୁଅ । ଫଳରେ ବାପାଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।