ରାୟଗଡା ଚନ୍ଦ୍ରପୁର ବ୍ଲକରୁ ଆସିଲା ଅଭାବନୀୟ ଚିତ୍ର । ପୁଅର ଠେଙ୍ଗା ମାଡରେ ବାପର ମୃତ୍ୟୁ । ପାରିବାରିକ କଳହରୁ ଘଟିଲା ହତ୍ୟାକାଣ୍ଡ

ହତ୍ୟାକାରୀ ପୁଅ ଗିରଫ

502

କନକ ବ୍ୟୁରୋ: ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦନପୁର ଥାନା ଉହାପୁଚି ଗ୍ରାମରେ । ପରିବାରିକ କଳହକୁ କେନ୍ଦ୍ର କରି ସେହି ଗ୍ରାମର ସଂଗସୋ ହିକବାଡିକା ଓ ତାଙ୍କ ପୁଅ ବଦ ହିକବାଡିକା ମଧ୍ୟରେ ବଚସା ହୋଇଥିଲା ।

ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରିଥିଲା । ନିକଟରେ ପଡିଥିବା ଏକ ଠେଙ୍ଗାରେ ପୁଅ ବାପାର ମୁଣ୍ଡକୁ ବାଡେଇ ଦେଇଥିଲା । ମୁଣ୍ଡରେ ଗଭୀର ଆଘାତ ହେବାକୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଘଟଣା ସ୍ଥଳରେ ହିଁ ବାପାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଚନ୍ଦନପୁର ଥାନାରେ୍ ଏତଲା ହେବା ପରେ ପୋଲିସ ମୃତଦେହ ଜବତ କରି ମାମଲା ରୁଜୁ କରିଛି । ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।