ମୟୁରଭଞ୍ଜ ଉଦଳାରେ ଅଭାବନୀୟ ଘଟଣା ! କାଠଫାଳିଆରେ ବାପାକୁ ପିଟି ପଟି ହତ୍ୟା କଲା ପୁଅ ।

37

କନକ ବ୍ୟୁରୋ : ମୟୂରଭଞ୍ଜ ଉଦଳାରେ ବାପାକୁ କାଠଫାଳିଆରେ ପିଟି ହତ୍ୟା କରିଛି ପୁଅ । ଉଦଳା ୭ନଂ ୱାର୍ଡ ନାଗବଣିଠାରେ ଘଟିଛି ଏହି ଦୁଃଖଦ ଘଟଣା । ଗତ ରାତିରେ ପୁଅ ସତ୍ୟବାନ ପଢ଼ିଆଳନ ଏକ କାଠ ଫାଳିଆରେ ନିଜ ବାପା କ୍ଷୀର ପଢ଼ିଆଳଙ୍କୁୁ ଆକ୍ରମଣ କରିଥିଲେ । ପୁଅର ମାଡରେ ବାପା ଗୁରୁତର ହୋଇପଡିଥିଲେ । ଏହା ଦେଖି ସତ୍ୟବାନର ମା ଚିକ୍ରାର କରିବାରୁ ପଡୋଶୀମାନେ ଆସି କ୍ଷୀରଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଗ୍ରାମବାସୀମାନେ ପୁଅକୁ ଏକ ଗଛରେ ବାନ୍ଧି ପକାଇଥିଲେ । ତାପରେ ପୁଅକୁ ଗିରଫ କରିଛି ପୋଲିସ୍ ।