ଖୋର୍ଦ୍ଧାରେ ଜ୍ୱାଇଁର ଗୁଳିମାଡରେ ଶ୍ୱଶୁର ଗୁରୁତର

29

ଖୋର୍ଦ୍ଧା : ଯୌତୁକ ଅଭିଯୋଗ ମାମଲାରେ କଥାବାର୍ତା ନେଇଛି ଗୁଳିକାଣ୍ଡର ରୂପ । ଜ୍ୱାଇଁର ଗୁଳିମାଡରେ ଶ୍ୱଶୁର ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧାରେ । ଚିକିତ୍ସାପାଇଁ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତି କରାଯାଇଛି । ଟାଙ୍ଗୀ ସୋରଣର କଣ୍ଠ ଜେନାଙ୍କୁ ତାଙ୍କ ଜ୍ୱାଇଁ ଜଣେ ଓକିଲଙ୍କ ଚାମ୍ବରରେ ଗୁଳିମାଡ କରିଥିଲେ । ଗୁଳି ମାଡ ପରେ ପୁଣି ଏକ ଲୁହା ପାଇପରେ ମଧ୍ୟ ଆକ୍ରମଣ କରିଥିଲେ ଜ୍ୱାଇଁ ।

ଅଭିଯୁକ୍ତ ଜ୍ୱାଇଁ ଗଙ୍ଗାଧରକୁ ଗାଁ ଲୋକେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରୁ ବନ୍ଧୁକ ଜବତ କରିଛି। ଝିଅକୁ ଜ୍ୱାଇଁ ନିର୍ଯାତନା ଦେଉଥିବାରୁ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ଓକିଲଙ୍କ ପାଖକୁ ଆସିଥିଲେ କଣ୍ଠ ଜେନା । ତେବେ ସେଠାରେ ତାଙ୍କ ଜ୍ୱାଇଁ ପହଁଚି ଶ୍ୱଶୁରଙ୍କୁୁ ଗୁଳି କରିଥିଲେ।