ସେବା ନୁହେଁ ପୂଜା ! ଏକ କୁନିପୁଅର କାହାଣୀ

43

ସେବା , ତ୍ୟାଗ ଏସବୁ ଅର୍ଥ ବୁଝିବାକୁ ତା ବୟସ ହୋଇନି । କାରଣ ସେ ବୁଝିଛି ମା’କୁ ସେବା ନୁହେଁ ପୂଜା କରାଯାଏ । ତେଣୁ ମରଣ ମୁହଁରୁ ମାଆକୁ ବଂଚାଇ ଆଣିବାକୁ ସେ ରାତିଦିନ ଏକ୍ କରି ଦେଇଛି । ଗଂଜାମ ଜିଲ୍ଲା ତାରକଡା ଗାଁର ପ୍ରଭାତ ମହାରଣା । ଦୁଇ ମାସ ତଳେ ପ୍ରଭାତର ମଦୁଆ ବାପା, ତାର ମାଆକୁ ମାରି ଦେବାକୁ ଉଦ୍ୟମ କରିଥିଲେ । କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରଭାତର ମା’ ।

ହତ୍ୟା ଉଦ୍ୟମରେ ଗିରଫ ହୋଇ ବାପା ଜେଲ୍ ଗଲେ । ପୁରା ପରିବାର ରହିଲା ବାପାଙ୍କ ସପକ୍ଷରେ । ହେଲେ ଏଥିରେ ବିଚଳିତ ହୋଇ ନଥିଲା ପ୍ରଭାତ । ଧାରଉଦ୍ଧାର କରି ମାଆକୁ ବଂଚାଇବାକୁ ଆରମ୍ଭ କରିଥିଲା ଉଦ୍ୟମ । ସାନ ଭଉଣୀକୁ ହଷ୍ଟେଲରେ ଛାଡିଦେଲା । ଆଉ ନିଜ ପାଠ ଛାଡି ମେଡିକାଲକୁ କରିଦେଲା ଘର । ୨ ମାସ ଧରି ରାତି ରାତି ମାଆକୁ ଜଗି ବସିଛି ପ୍ରଭାତ । ଅପେକ୍ଷା କରିଛି ଦିନେ ନା ଦିନେ ତା ମା’ ଭଲ ହୋଇଯିବ ।

ମା’ ପ୍ରତି ପ୍ରଭାତର ଏ ଆନ୍ତରିକତା ସମସ୍ତଙ୍କୁ ବିସ୍ମିତ କରୁଛି । ଯିଏ ଦେଖୁଛି ଆହା ପଦେ କହିବା ସହ ପ୍ରଭାତକୁ ଦେଉଛନ୍ତି ଶ୍ୱାନ୍ତନା ମିଶା ଆର୍ଶୀବାଦ ।