ପୁଅକୁ ଝୁରୁଛି ମା ! ଦାଦନ ଖଟିବାକୁ ଯାଇ ଗଲା ଜୀବନ, ମଲା ପୁଅକୁ ଦେଖିବା ପାଇଁ ଛାତିପିଟି କାନ୍ଦୁଛି ମା ।

86

ବାପାଙ୍କ ମୃତ୍ୟୁ ପରେ ପରିବାରର ପେଟ ପୋଷିବା ପାଇଁ ପୁଅ ଚାଲିଗଲା ଦାଦନ ଖଟିବାକୁ । ହେଲେ କେଉଁଠି ଥିଲେ ସେ ଯମରାଜଙ୍କ ଦୂତ ବାପା, ପରେ ପୁଅ ବି ଚାଲିଗଲା ଆରପାରିକୁ । ଏବେ ପୁଅର ମୃତଦେହକୁ ଦେଖିବା ପାଇଁ ଝୁରୁଛି ମା’ । ଢ଼େଙ୍କାନାଳ ଜିଲ୍ଲା ସିମିନଇ ଗାଁର ୨୧ ବର୍ଷର ଯୁବକ ପପୁ ରାଉତ ଆଇଟିଆଇ ପାସ କରି ୬ ମାସ ତଳେ ଗୁଜୁରାଟର ଅହମ୍ମଦାବାଦକୁ ଦାଦନ ଖଟିବାକୁ ଯାଇଥିଲା । ସେଠାରେ ‘କୋରିୟର ପ୍ଲାଷ୍ଟିକ’ ନାମକ ଏକ ଘରୋଇ କମ୍ପାନୀରେ ଇଲେକଟ୍ରିସିଆନ ଭାବେ କାମ କରୁଥିଲେ । ହଠାତ୍ ୨୬ ତାରିଖରେ ରାତି ଡ୍ୟୁଟି କରୁଥିବା ବେଳେ ବିଦ୍ୟୁତ ଆଘାତରେ ପପୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ମୃତ ପୁଅର ଶରୀର ପାଇପାରିଲେ ନାହିଁ ପରିବାର ଲୋକ ।

ଭେଣ୍ଡିଆ ପୁଅକୁ ହରାଇ ମା ଛାତିପିଟି କାନ୍ଦୁଛି ହେଲେ ମା ଆଖିର ଲୁହକୁ ପୋଛିବାକୁ ପ୍ରଶାସନ ପଙ୍ଗୁ ପାଲଟି ଯାଇଥିବା ଅଭିଯୋଗ ହୋଇଛି । ସୁଚନା ମୁତାବକ ୬ ମାସ ତଳେ ବାପା ଆରପାରିକୁ ଚାଲିଗଲେ । ପରିବାର ପେଟ ପୋଷିବା ପାଇଁ ପୁଅ ପପୁ ରାଉତ ଚାଲିଗଲା ଗୁଜୁରାଟର ଅହମ୍ମଦାବାଦ ଦାଦନ ଖଟିବାକୁ । ହେଲେ ସେଠାରୁ ପୁଅ ଆଉ ଫେରିଲା ନାହିଁ । ଏପରିକି ନିଜ ମୃତ ପୁଅର ଶରୀରକୁ ବି ଦେଖିବା ପାଇଁ ଛାତିପିଟି କାନ୍ଦୁଛି ମା । ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ପପୁ ରାଉତଙ୍କ ମୃତ ଶରୀର ଅହମ୍ମଦାବାଦରୁ ଆଣିବା ପାଇଁ ଗୁହାରି କରିଛନ୍ତି । ହେଲେ ବର୍ତ୍ତମାନ ପଯ୍ୟନ୍ତ ମୃତ ଶରୀରକୁ ଆଣିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି । ତେବେ ଯେଉଁ ମା, ତାର ସ୍ୱାମୀ ଚାଲିଗଲା ପରେ ପୁଅ ସାହାରା ଭାବେ ଜୀବନ କାଟୁଥିଲା । ଏବେ ଜବାନ ପୁଅକୁ ହରାଇ ତା ଆଖିରୁ ଲୁହ ଶୁଖୁନି ।