ସାଇ ପଡିଶା କେହି ଆସିଲେନି, ମା’ର ଶବକୁ ସାଇକେଲରେ ବୋହିଲା ପୁଅ

111

କନକ ବ୍ୟୁରୋ : ଶବକୁ ମିଳିଲାନି କାନ୍ଧ । ମାର ଶବକୁ ସାଇକେଲରେ ବୋହିଲା ପୁଅ । ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା କର୍ପାବାହାଲ ନିକଟ ବନ୍ଧବାହାଲରେ ଦେଖିବାକୁ ମିଳିଛି ଏଭଳି କରୁଣ ଦୃଶ୍ୟ । ସୁନ୍ଦରଗଡ ହେମଗିରି ଥାନା ଲିପସାଲି ଗାଁରେ ମନୁ ସିନ୍ଧିରିଆ ୭ରୁ ୮ ବର୍ଷ ତଳେ କାମ ଖୋଜି ଝାରସୁଗୁଡା ଆସିଥିଲେ । ଦେଢ ବର୍ଷ ତେଳ ମନୁ ସିନ୍ଧିରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରା ଜାନକୀ ଓ ପୁଅ ସୁରଜ ଏଠାରେ ରହୁଥିଲେ । ଗତ ବୁଧବାର ସକାଳେ ପାଣି ଆଣୁଥିବା ବେଳେ ତଳେ କଚାଡି ହୋଇପଡିଯାଇଥିଲେ ।

ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପୁଅ ସୁରଜ ଅନୁରୋଧ କରିବା ସତ୍ୱେ କାନ୍ଧ ଦେବା ପାଇଁ ସାଇ ପଡିଶା କିଏ ଆସିନଥିଲେ । ଶବ ନେବାକୁ ଖଟ ଖଣ୍ଡେ ନଥିଲା । ଫଳରେ ସୁରଜ ବାଉଁଶ ସାହାର୍ଯ୍ୟରେ ଶବକୁ ବାନ୍ଧି ସାଇକେଲରେ ମାର ଶବକୁ ନେଇଥିଲେ ପୁଅ ।ଖବର ପାଇ ବନ୍ଧମାହାଏ ଫାଣ୍ଡି ପୁଲିସ ଓ ବୁଦ୍ଧିଜୀବୀ ଘଟଣାସ୍ଥଳରେ ପହଚିଂଥିଲେ । ସାହାଯ୍ୟ କରିବାକୁ ଚାହିଁଥିଲେ ମଧ୍ୟ ସୁରଜ ଶବକୁ ନେଇ ନିକଟରେ ପତ୍ରା ଜଙ୍ଗଲରେ ଶବ ସତ୍କାର କରିଥିଲେ ।