ଏମିତି ପୁଅକୁ ଛି ! ସମ୍ପତି ଲୋଭରେ ଭୁଲିଗଲା ମା’ର ମମତା, ପ୍ରେସରକୁକରରେ ବାଡେଇ ମୁଣ୍ଡ ଫଟାଇଲା । ମନ ବୁଝିଲାନି, ମା’ର ଆଙ୍ଗୁଠିକୁ କାମୁଡି ଦେଲା

104

୧୦ ମାସ ୧୦ ଦିନ ଗର୍ଭରେ ରଖି ପୁଅ ଜନ୍ମ ଦେବା କଣ ପାପ । ପୁଅ ଜନ୍ମ ଦେଲେ କଣ ମାଡ ଖାଇବାକୁ ପଡେ । କଣ ସମ୍ପତି ଆଗରେ ପୁଅ ପାଇଁ ଫିକା ପଡିଯାଏ ମା’ର ପ୍ରେମ । କଳିଯୁଗରେ ଏମିତି ହିଁ କିଛି ଦେଖିବାକୁ ମିଳୁଛି । ଯେଉଁ ପୁଅର ହାତ ଧରି ମା’ ବାଟ ଚାଲିବା ଶିଖାଇଥିଲା ସେହି ପୁଅ ହିଁ କିଛି ସମ୍ପତି ପାଇଁ ମା’କୁ ମାଡ ମାରିବା ସହ ଘରୁ ବାହାର କରିଦେଇଛି । ଆଉ ପୁଅ ହାତରୁ ମାଡ ଖାଇବା ପରେ ହସ୍ପିଟାଲ ବେଡରେ ୮୦ ବର୍ଷିୟା ବୃଦ୍ଧା ମା’ କୋହଭରା କଣ୍ଠରେ କାନ୍ଦି କାନ୍ଦି କହୁଛି ପୁଅ ଜନ୍ମ କରି ସେ ଭୁଲ କରିଛି କି । ଏଭଳି ହୃଦୟ ବିଦାରକ ଘଟଣା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ।

ସମ୍ପତି ଆଗରେ ଫିକା ପଡିଗଲା ମା’ର ପ୍ରେମ । କଳିଯୁଗ ପୁଅ ଭୁଲିଗଲା ମା’ ଠାରୁ ପାଇଥିବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା । ୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ମା’କୁ ପ୍ରତିବଦଳରେ ପୁଅ ଠାରୁ ମିଳିଥିଲା ଗୋଇଠା, ଲାତ ଓ ମୁଥ । ପୋଲିସ ସୂଚନା ଅନୁଯାୟୀ, ସମ୍ପତି ପାଇଁ ୮୦ ବର୍ଷିୟା ବୃଦ୍ଧା ମା’କୁ ମାଡ ମାରି ଘରୁ ବିଦା କରିଛି କଳିଯୁଗର ରାକ୍ଷସ ପୁଅ । ଏହି ଘଟଣା ଜଣା ପଡିବା ପରେ ପୋଲିସ ପୁଅ ନାଁରେ ଏକ ମୋକଦମା ରୁଜୁ କରିଛି । ପଡୋଶୀଙ୍କ କହିବା ଅନୁଯାୟୀ, ଲାଜପତ ନଗରରେ ୮୦ ବର୍ଷିୟା ବୃଦ୍ଧା ଜଣକ ଅନେକ ଦିନ ହେଲା ରହୁଥିଲେ । ତେବେ ଗତ ୧୯ ତାରିଖରେ ବୃଦ୍ଧାଙ୍କ ପାଖକୁ ଆସିଥିଲେ ପୁଅ ମନୋଜ ଆରୋରା । ଘରେ ପଶୁ ପଶୁ ହିଁ ବୁଢୀ ମା’ ଉପରେ ପୁଅ ଆରମ୍ଭ କରିଥିଲା ମାଡର ବର୍ଷା ।

ମା’କୁ ମାଡ ମାରିବା ସହ ନିର୍ଦ୍ଦୟତାର ସୀମା ପାର କରିଯାଇଥିଲା ପୁଅ ମନୋଜ । ମା’କୁ ଲାତ, ଗୋଇଠା ମାରିବା ସହ ମୁଣ୍ଡ ଫଠାଇ ଦେଇଥିଲା । ଏତିକିରେ ମନ ବୁଛିନଥିଲା ରାକ୍ଷସ ପୁଅର । ପ୍ରେସର କୁକରରେ ମୁଣ୍ଡକୁ ଆଘାତ ଦେବା ସହ ମା’ର ଆଙ୍ଗୁଳିକୁ କାମୁଡି ଦେଇଥିଲା । ଏହାପରେ ମା’କୁ ଘୋଷାଡି ଘୋଷାଡି ଘରୁ ବାହାର କରିଦେଇଥିଲା । ତେବେ ଏ ବାବଦରେ ପଡୋଶୀ ପୋଲିସକୁ ଖବର ଦେବା ପରେ ପୁଅ ନାଁରେ ମୋକଦମା ରୁଜୁ କରାଯାଇଛି । ଅନ୍ୟପଟେ ହସ୍ପିଟାଲ ବେଡରେ କୋହଭରା କଣ୍ଠରେ ମା’ ପଚାରୁଛି ପୁଅ ଜନ୍ମ କରିବା କଣ ପାପ ।