କଳିଯୁଗର ଆଉ ଜଣେ ଶ୍ରବଣ କୁମାର ! ୨୧ବର୍ଷ ହେବ କାନ୍ଧରେ ଧରି ମା’ଙ୍କୁ କରାଉଛନ୍ତି ତୀର୍ଥଯାତ୍ରା।

42

ଆପଣ ପ୍ରାୟ ୫୦୦୦ବର୍ଷ ପୁରୁଣା ରାମାୟଣ ପଢିଥିବେ । ଯେଉଁଥିରେ ମାତୃପିତୃ ଭକ୍ତ ଶ୍ରବଣ କୁମାରଙ୍କ ବିଷୟ ଉଲ୍ଲେଖ ରହିଛି । କିପରି ନିଜ ଚକ୍ଷୁହୀନ ମାତା ପିତାଙ୍କୁ କାଉଡିରେ ବସାଇ କାନ୍ଧରେ ପୁରା ଦେଶ ବୁଲାଇଥିଲେ ଶ୍ରବଣ କୁମାର । ଦଶରଥଙ୍କ ବାଣରେ ଯଦିଓ ତାଙ୍କର ମୃତ୍ୟୁ ହୋଇଥିଲା ତେବେ ଆଜି ବି ପୃଥିବୀରେ ଆଉ ଜଣେ ଶ୍ରବଣ କୁମାର ଜନ୍ମ ନେଇଛନ୍ତି । ଆଉ କଳିଯୁଗର ଏହି ଶ୍ରବଣ କୁମାର ଦୀର୍ଘ ୨୧ବର୍ଷ ହେବ ନିଜ ମା’କୁ କାନ୍ଧରେ ବସାଇ ତୀର୍ଥ ଯାତ୍ରା କରାଉଛନ୍ତି ।

ଏହି ଶ୍ରବଣ କୁମାର ହେଉଛନ୍ତି ୟୁପି ଜବଲପୁରର କୈଳାଶ ଗିରି । ସେ ନିଜ ୯୩ବର୍ଷୀୟ ନେତ୍ରହୀନ ବୃଦ୍ଧା ମା’ଙ୍କ ସଂକଳ୍ପ ପୁରା କରିବା ପାଇଁ ୨୧ବର୍ଷ ହେବ କାଉଡିରେ ନିଜ କାନ୍ଧରେ ବସାଇ ତୀର୍ଥ କରାଉଛନ୍ତି । କୈଳାଶଙ୍କ ଏପରି ମାତୃ ଭକ୍ତି ଦେଖି ଅନେକ ଲୋକ ରାମାୟଣର ଶ୍ରବଣ କୁମାରଙ୍କୁ ମନେ ପକାଇଛନ୍ତି ।

କୈଳାଶଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କୁ ୧୪-୧୫ବର୍ଷ ବୟସ ହୋଇଥିଲା ସେ ଗଛରୁ ପଡି ଯାଇଥିଲେ । ଏହି ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ ଯେ ତାଙ୍କର ବଂଚିବା ଆଶା ବହୁତ କ୍ଷୀଣ ଥିଲା । ନିଜ ପୁଅର ଏପରି ଅବସ୍ଥା ଦେଖି ମା’ କିର୍ତ୍ତୀ ଦେବୀ ମାନସିକ ରଖିଥିଲେ ଯେ ଯଦି ସେ ଭଲ ହୋଇଯାଏ ତେବେ ନର୍ମଦା ପରିକ୍ରମା କରିବା ସହ ଚାରିଧାମ ଯାତ୍ରା କରିବେ । ଏବେ କୈଳାଶ ଭଲ ହୋଇଯିବା ପରେ ମା’ଙ୍କ ମାନସିକ ପୁରା କରିବା ପାଇଁ ସାଜିଛନ୍ତି କଳିଯୁଗର ଶ୍ରବଣ କୁମାର ।