ଧନ୍ୟରେ କଳିଯୁଗ ପୁଅ ! ମାଆକୁ ରାସ୍ତାରେ ଘୋଷାଡି ଘୋଷାଡି ପିଟିଲା ନୃଂଶସ ପୁଅ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ

34

ମାଆ କେତେ ଯେ କଷ୍ଟ ଓ ଯନ୍ତ୍ରଣା ସହି ନିଜ ପିଲାକୁ ବଡ କରିଥାଏ । ହେଲେ ନିଜ ପିଲା ଯେବେ ବଡ ହୁଏ କେଜାଣି କାହିଁକି ତା ମାଆ ଆଖିରେ ଲୁହ ଦେବାକୁ ପଛାଏ ନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଘଟଣା ସାମ୍ନାକୁ ଆସୁଛି । ଆଉ ଏହା ଭିତେର ଯୋଧପୁର ଅଞ୍ଚଳର ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ଭିଡିଓରେ ଜଣେ ନୃଶଂସପୁଅ ତାର ମାଆକୁ ବିଚ ରାସ୍ତା ଉପରେ ଘୋଷାଡି ଘୋଷାଡି ମାଡ ମାରୁଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ସୁଚନା ମୁତାବକ ରାଜସ୍ଥାନ ଯୋଧପୁର ଅଞ୍ଚଳର ଡାମ୍ବରା ଗାଁର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ପୋଲିସ ମଧ୍ୟ ଏହି ଭିଡିଓର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରୁଛି । ଘଟଣାଟି ବିଶ୍ୱ ମାତୃ ଦିବସରେ ଘଟିଥିବା ପୋଲିସ ଅନୁମାନ କରୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନାହିଁ । ଏହି ଭିଡିଓରେ ବୃଦ୍ଧା ବୟସ୍କାଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ନୃଶଂସ ପୁଅ ମାଡ ମାରୁଥିବା ଜଣାପଡ଼ିଛି । ଯାହାକୁ ଦେଖି ସୋସିଆଲ ସାଇଟରେ ମଧ୍ୟ ଲୋକମାନେ ଏହାକୁ କଡା ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି ।

ଅନ୍ୟପଟେ କୁହାଯାଉଛି ଯେ ବୃଦ୍ଧା ଜଣଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବାରୁ ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କୁ ଟେକା ପଥର ମାଡ କରୂଥିଲେ । ତେଣୁ ତାଙ୍କୁ ପୁଅ ଘରକୁ ନେବା ପାଇଁ କହିବାରୁ ସେ ଯାଇ ନଥିଲେ । ଯାହା ଫଳରେ ପୁଅ ତାଙ୍କୁ ଜୋର ଜବରଦସ୍ତ ଟାଣି ଟାଣି ରାସ୍ତାରେ ଉଠାଇବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଭିଡ଼ିଓର ପ୍ରକୃତ ସତ୍ୟତା କଣ ତାହା ଏଯାଏଁ ଜଣାପଡ଼ିନାହିଁ ।