ପବଜି ଗେମ୍ ଖେଳିବାକୁ କଲେ ମନା, ମାଆ ବାପାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଅ

275

ଗୁଜୁରାଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୋବାଇଲରେ ପବଜି ଗେମ୍ ଖେଳିବାକୁ ମନା କରିବାରୁ ଜଣେ ୨୫ ବର୍ଷୀୟ ପୁଅ ନିଜ ବାପାମାଆଙ୍କୁ ଗୋଡ଼େଇ ଗୋଡ଼େଇ ବାଡ଼େଇଥିବା ଜାଣିବାକୁ ମିଳିଛି । ଯୁବକ ଜଣକ ପୂରା ଦିନ ମୋବାଇଲରେ ଖେଳିବାରେ ଲାଗି ରହୁଥିଲା। ଏ ନେଇ ଚିନ୍ତିତ ହୋଇ ପଡ଼ିଥିଲେ ମାଆବାପା । ଦୁହେଁ ନିଜ ପୁଅକୁ ଆଉ ଗେମ୍ ନଖେଳିବା ପାଇଁ ମନା କରିଥିଲେ। ଯେଉଁ କାରଣରୁ ଯୁବକ ଜଣକ ନିଜ ବାପାମାଆଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟିଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ଲୋକ ଯୁବକକୁ ଅଟକାଇବାରୁ ମାଆ ବାପାଙ୍କ ଜୀବନ ବଞ୍ଚିଯାଇଛି।

ଏହି ଘଟଣା ଗୁଜୁରାଟର ସାବରକାଣ୍ଠା ଜିଲ୍ଳାର ବୋଲି ଜାଣିବାକୁ ମିଳିଛି । ଅଭିଯୁକ୍ତ ରମେଶ ବାପା ସଞ୍ଜୟ ଓ ମାଆ ଦାମିନିବେନଙ୍କ ସହ ଏପରି ନୃଶଂସ ଆଚରଣ କରିଥିବା ଜାଣିବାକୁ ମିଳିଛି। ପୂରା ଦିନ ରମେଶ ଗେମରେ ମଜ୍ଜି ରହିବା କାରଣରୁ ଆଉ କୌଣସି କାମରେ ମନ ଦେଉନଥିଲା। ପୁଅର ଭବିଷ୍ୟତ ପାଇଁ ସଞ୍ଜୟ ଓ ଦାମିନିବେନ୍ ଚିନ୍ତା କରିବା ପରେ ପୁଅ ରମେଶ ଏପରି କରିଥିବା ଜାଣିବାକୁ ମିଳିଛି।