ନିର୍ଦ୍ଦୟ ପୁଅ ! ଚିକିତ୍ସା କରିବାକୁ ଆଣି ଚଳନ୍ତା ଟ୍ରେନରୁ ମା’କୁ ଫିଙ୍ଗିଦେଲା ଜନ୍ମ କଲା ପୁଅ

29

କନକ ବ୍ୟୁରୋ: ପୁଅ ସାଜିଲା ଘାତକ । ନିଜ ମାଙ୍କୁ ଟ୍ରେନରେ ଫିଙ୍ଗିଦେଲା ଜନ୍ମ କଲା ପୁଅ । ଏହା ସଭ୍ୟ ସମାଜ ପାଇଁ ଭୃକୁଂଚନ ସୃଷ୍ଟି କରୁଥିଲେ ମଧ୍ୟ ଘଟଣାଟି ସତ । ଏହି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ରେଳ ଷ୍ଟେସନରେ । ଝାରସୁଗୁଡାରୁ ଗଦିଁଆ ଯାଉଥିବା ପାସେଞ୍ଜର ଟ୍ରେନରୁ ଅତି ମୁମୂର୍ଷ ଅବସ୍ଥାରେ ପଡିଥିଲେ ଝାରସୁଗୁଡା ବେଲପାହାଡ ଗୁମାଡେରା ଗାଁର ଇନ୍ଦିରା ମେହେର ।

ଅତି ଦୟନୀୟ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ରେଳବାଇ କର୍ମଚାରୀ । ତାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସବୁଠୁ ବଡ କଥା ହେଉଛି ବୃଦ୍ଧାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ତାଙ୍କୁ ଚିକିତ୍ସା କରିବାକୁ ଆଣି ଏଭଳି ଅବସ୍ଥାରେ ଫୋପାଡି ଦେଇ ପଳାଇଛି । ଯାହାକି ସାଂଘାତିକ ଥିଲା ।