ସର୍ବଦଳୀୟ ବୈଠକରେ ସୈାମ୍ୟରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା : ମହାନଦୀ ପ୍ରସଙ୍ଗରେ ରାଜନୀତି କରାନଯାଉ

25

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ସର୍ବଦଳୀୟ ବୈଠକରେ ସାମିଲ ହୋଇଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ମହାନଦୀ ପ୍ରସଙ୍ଗରେ ସୌମ୍ୟରଞ୍ଜନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବା ଉଚିତ । ବିଜେଡିକୁ ବାଦ ଦେଇ ସର୍ବଦଳୀୟ ବୈଠକର କିଛି ଅର୍ଥନାହିଁ । ସେହିପରି ଛତିଶଗଡର ନିର୍ମାଣ ପ୍ରସଙ୍ଗରେ କହିଛନ୍ତି ଯାହା ଘଟିଯାଇଛି ତାର କିଛି ମୂଲ୍ୟ ନାହିଁ । ଏବେ କିପରି ସମସ୍ୟାର ସମାଧାନ କରାଯିବ ସେ ଦିଗରେ ପଦକ୍ଷେପ ନେବା ଦରକାର ।

କେଲୋ ପ୍ରକଳ୍ପ ବାବଦରେ ଛତିଶଗଡ ସରକାର ପଠାଇଥିବା ଚିିଠି ଓଡିଶା ସରକାର ପାଇନଥିବା କହୁଛନ୍ତି । ତେବେ ସେ ଚିଠି ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ । ଯଦି ଚିଠି ହଜିଛି ତାହେଲେ ଡାକ ବିଭାଗ ବିରୋଧରେ ଆନ୍ଦୋଳନ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ମହାନଦୀ ପ୍ରସଙ୍ଗରେ ରାଜନୀତି ନକରି ମୁକାବିଲା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।