କଟକ ବଡ ଡାକ୍ତରଖାନାରେ ଯାଜପୁରର ଚାଷୀଙ୍କୁ ଭେଟିଲେ ସୌମ୍ୟରଂଜନ : କହିଲେ, ଏବେ ବି ଚେତୁନାହାଁନ୍ତି ସରକାର

0

କନକ ବ୍ୟୁରୋ : କଟକ ଏସସିବି ମେଡିକାଲ କଲେଜରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଚାଷୀଙ୍କୁ ଭେଟିଲେ ଆମ ଓଡିଶା ଅଧ୍ୟକ୍ଷ । ହସ୍ପିଟାଲରେ ପହଂଚି ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଯାଜପୁର ଜିଲ୍ଲା ନିତ୍ୟାନନ୍ଦପୁରର ଯୁବ ଚାଷୀ କଳିଙ୍ଗ କୁମାର ଘଡାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଋଣ କରି ଚାଷ କରିଥିବା ବେଳେ ଅଭାବି ବିକ୍ରିର ଶିକାର ହେବା ପରେ ମାନସିକ ଚାପରେ ଥିଲେ କଳିଙ୍ଗ । ହାତ ଉଧାରି ଆଣିଥିବା ପ୍ରାୟ ୨ ଲକ୍ଷ ଟଙ୍କା କିପରି ଶୁଝିବେ ସେହି ଚିନ୍ତାରେ ଥିଲେ । ଆଉ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛିନେଇଥିଲେ ଏହି ୨୮ ବର୍ଷୀୟ ଚାଷୀ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ମେଡିକାଲ ଓ ପରେ କଟକ ଏସସିବି ମେଡିକାଲ କଲେଜରେ ଭର୍ତି କରାଯାଇଥିଲା ।
—-

Comments are closed.