ସାରା ବିଶ୍ୱରେ କିଛି ସମୟ ପାଇଁ ଅଚଳ ହୋଇଗଲା ଫେସବୁକ ଓ ଇନଷ୍ଟାଗ୍ରାମ । ଉପଭୋକ୍ତା ଜାହିର କଲେ ଅସନ୍ତୋଷ

ଫେସବୁକ୍ କିଛି ସମୟ ପାଇଁ ଅଚଳ ହୋଇପଡ଼ିଥିଲା

159

କନକ ବ୍ୟୁରୋ : ସାରା ବିଶ୍ୱରେ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ଲୋକ ନିଜର ବାର୍ତାଳପ ସହ ନିଜର ଭାବାବେଗକୁ ପ୍ରକାଶ କରିବାରେ ଏକ ମାଧ୍ୟମ ବୋଲି ଅନେକ ଭାବନ୍ତି । ତେବେ କୌଣସି ସମୟରେ ଏହାର ସରଭର ଡାଉନ ହୋଇଗଲେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ବିଶ୍ବର ପ୍ରମୁଖ ସୋସିଆଲ୍ ମିଡିଆ ଫେସବୁକ୍ କିଛି ସମୟ ପାଇଁ ଅଚଳ ହୋଇପଡ଼ିଥିଲା।

 

ଫେସବୁକ୍ ମାଲିକାନାରେ ଥିବା ଇନଷ୍ଟାଗ୍ରାମ୍ ମଧ୍ୟ ସେଭଳି ସମସ୍ୟା ଭୋଗିଥିଲା। ବିଶ୍ବର ଅନେକ ସ୍ଥାନରେ ବ୍ୟବହାରକାରୀମାନେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ଥିବା ସୂଚନା ଦେଇଛନ୍ତି। ବ୍ୟବହାର କାରୀମାନେ ଫେସବୁକରେ କିଛି ଅପଡେଟ କରିପାରିନଥିଲେ। ଭାରତ, ଆମେରିକା, ବ୍ରିଟେନ୍, ନେଦରଲ୍ୟାଣ୍ଡ୍, ପୋଲାଣ୍ଡରେ ବ୍ୟବହାରକାରୀମାନେ ଏହି ଅସୁବିଧା ସାମ୍ନା କରିଛନ୍ତି। ଭାରତରେ ଇନଷ୍ଟାଗ୍ରାମ୍ ଠିକଠାକ ଚାଲିଥିଲା।