ଚମକଦାର ଦାନ୍ତ ଚାହାନ୍ତି କି? ବନ୍ଦ କରନ୍ତୁ ଏହି ୬ଟି ଅଭ୍ୟାସ

63

କୁହାଯାଏ ହସହସ ଚେହେରା ହଜାର ହଜାର ଲୋକଙ୍କ ମନ କିଣିନିଏ । କିନ୍ତୁ ଆକର୍ଷଣୀୟ ହସ ହସ ଚେହେରା ପାଇଁ ଦରକାର ସୁନ୍ଦର ଦାନ୍ତ । କିନ୍ତୁ ଦାନ୍ତର ଯତ୍ନ ପାଇଁ କେବେ କେବେ ଲୋକମାନେ ବେପରୁଆ ହୋଇଯାଆନ୍ତି । ଯଦି ଆପଣ ବି ଆପଣଙ୍କ ଦାନ୍ତର ଚମକ ଆଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ବନ୍ଦ କରିବା ପାଇଁ ପଡିବ ଏହି ୬ଟି ଅଭ୍ୟାସ ।

୧.ଜୋରରେ ଦାନ୍ତ ଘଷନ୍ତୁ ନାହିଁ – ଯଦି ଆପଣ ଭାବୁଛନ୍ତି କି ଜୋରରେ ବ୍ରଶ କରିବା ଦ୍ୱାରା ଦାନ୍ତରେ ଜମିଥିବା ବ୍ୟାକ୍ଟେରିଆ ହଟିବା ସହ ଦାନ୍ତ ଅଧିକ ସଫା ହୁଏ , ତେବେ ଆପଣଙ୍କ ଧାରଣା ସମ୍ପୁର୍ଣ୍ଣ ଭୁଲ । ଜୋରରେ ବ୍ରଶ କରିବା ଦ୍ୱାରା ଦାନ୍ତମୂଳକୁ ବହୁତ କ୍ଷତି ପହଞ୍ଚିଥାଏ ।

୨.ଖାଇବାର ତୁରନ୍ତ ପରେ ବ୍ରଶ କରିବା – ଖାଇବାର ତୁରନ୍ତ ପରେ ଦାନ୍ତ ଘଷିବା ଉଚିତ । ଏପରି କରିବା ଦ୍ୱାରା ଆପଙ୍କ ଦାନ୍ତରେ ଥିବା ଏସିଡ ହୂର ହୋଇଥାଏ ।

୩.ପୁରୁଣା ବ୍ରଶ ବ୍ୟବହାର – ଗୋଟିଏ ବ୍ରଶକୁ ତିନି ମାସ ଘଷିବା ଉଚିତ୍ । ତା’ ଠାରୁ ଅଧିକ ବ୍ୟବହାର କରିବା ଉଚିତ ନୁହଁ ।

୪. ଅଧିକ ମିଠା ଖାଇବା- ଅଧିକ ମିଠା ଖାଇବା ଦାନ୍ତ ପାଇଁ କ୍ଷତିକାରକ ଏକଥା ସମସ୍ତଙ୍କୁ ଜାଣନ୍ତି । ତେଣୁ ଯେତେ ଇଚ୍ଛା ହେଲେ ମଧ୍ୟ ଚେଷ୍ଟା କରନ୍ତୁ ଅଧିକ ମିଠାରୁ ଦୂରେଇ ରହିବା ପାଇଁ ।

୫.ତମାଖୁ ସେବନ -ସମସ୍ତେ ଜାଣନ୍ତିି ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କିନ୍ତୁ ତମାଖୁ ଚୋବାଇବା ତା’ଠାରୁ ଅଧିକ କ୍ଷତିକାରକ । ତମାଖୁ ଚୋବାଇବା ଦ୍ୱାରା ଦାନ୍ତରେ ଦାଗ ହେବା ସହ ଦାନ୍ତମୂଳ ଖରାପ ହୋଇଯାଏ ।

୬.ବରଫ ଠାରୁ ଦୂରୋଇ ରୁହନ୍ତୁ – ଏବେ ଗରମ ଆରମ୍ଭ ହୋଇଯାଇଛି । ଲୋକମାନେ ଏହି ଦିନରେ ନିଜକୁ ଥଣ୍ଡା ରଖିବା ପାଇଁ ବରଫ ମଧ୍ୟ ଚୋବଇି ନିଅନ୍ତି । ଏଫରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ଖରାପ ହୋଇଥାଏ ।