ବେଶି ମେକଅପ୍, ଚିନ୍ତା, ବ୍ୟସ୍ତ ଜୀବନଶୈ÷ଳୀ ପାଇଁ କିଛି ଲୋକଙ୍କ ମୁହଁରେ ବୟସ ନ’ହେବା ଆଗରୁ ମୁହଁରେ ବୟସ ରେଖା ଦେଖାଯାଇଥାଏ । ଏହି ସମୟରେ ଆମେ ବହୁତ ଚିନ୍ତାରେ ପଡିଯାଇଥାଉ,ଏବଂ ବଜାରରେ ମିଳୁଥିବା ଉଚ୍ଚା ଦରର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଉ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଚିନାବାଦାମ ଏବଂ ଅମୃତଭଣ୍ଡାରେ ଏମିତି କିଛି ଉପକାରୀ ଗୁଣ ରହିଛି ଯାହାଦ୍ୱାରା ଆମେ ମୁହଁରୁ ବୟସ ରେଖାକୁ ଦୂର କରିପାରିବା ।

ଅମୃତଭଣ୍ଡା ଶରୀର ପାଇଁ ଯେତେ ଉପକାରୀ ସାବ୍ୟସ୍ତ ହୋଇଥାଏ, ସେହିପରି ମୁହଁ ପାଇଁ ମଧ୍ୟ ବହୁତ ଦରକାରରେ ଆସିଥାଏ । ଏବେ ନଜର ପକାଇବା ଅମୃତଭଣ୍ଡାକୁ କେମିତି ବ୍ୟବହାର କଲେ ତ୍ୱଚାରେ ସମୟ ହେବା ଆଗରୁ ବୟସରେଖା ଦେଖାଯିବ ନାହିଁ ।

ପାଚିଲା ଅମୃତଭଣ୍ଡାର ଉପର ଅଂଶର ପେଷ୍ଟ ତିଆରି କରି ମୁହଁରେ ମାତ୍ର ଅଧଘଂଟା ପାଇଁ ଲଗାଇବା ଏବଂ ତା’ପରେ ନଖ ଉଷୁମପାଣିରେ ମୁହଁକୁ ପରିଷ୍କାର କରି ଧୋଇଦେବା । ମୁହଁକୁ ଧୋଇଲାପରେ ବାଦାମ ତେଲ କିଛି ନେଇ ମୁହଁରେ ଲଗାଇବା ଏହା ଫେସିଆଲ ଭଳି କାମ କରିଥାଏ ।

ଏହି ପ୍ରକ୍ରିୟାକୁ ପ୍ରାୟତଃ ଏକମାସ ଯଦି କରିବା ତେବେ ତ୍ୱଚାରେ ଉଜ୍ଜଳତା ଆସିବା ସହିତ, ବୟସ ରେଖା ମଧ୍ୟ ଦୂର ହୋଇଯାଇଥାଏ । ଏହି ପ୍ରକ୍ରିୟାକୁ ସବୁଦିନ ନିଜ ତ୍ୱଚା ପାଇଁ ବ୍ୟବହାର କରିପାରିବେ କେବଳ ବର୍ଷାଦିନରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡିଥାଏ ।