ଚମକିଲା ଦାନ୍ତ ପାଇବା କିପରି ! କିଛି ଟିପ୍ସ

393

ମୁୁହଁର ସୈାନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦାନ୍ତ ସୁନ୍ଦର ହେଲେ ମଧ୍ୟ ସବୁ ଦାୟିତ୍ୱ ଶେଷ ହୋଇଯାଉନି । ଆମକୁ ଦାନ୍ତ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । କିନ୍ତୁ ବେଳେବେଳେ ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି ନାହିଁ, କିମ୍ବା ହସିବା ସମୟରେ ମଧ୍ୟ ମୁହଁରେ ହାତ ଚାପିି ହସିବାକୁ ପଡେ ।

ଚା, କଫି, ତମାଖୁ ଓ ସିଗାରେଟର ଆଦିର ବହୁଳ ସେବନ ଦ୍ୱାରା ଦାନ୍ତ ହଳଦିଆ ପଡିଯାଏ । ଏସବୁ ବ୍ୟତିତ ବୟସ ବୃଦ୍ଧି ହେଲେ ମଧ୍ୟ ଦାନ୍ତ ହଳଦିଆ ଦେଖାଯାଏ । ଏମିତିରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମିଯାଏ । ଯଦି ଆପଣ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ତେବେ ଘରୋଇ ଉପଚାର କରି ଦାନ୍ତକୁ ସଫା କରିପାରିବେ ।

ବେକିଙ୍ଗ ସୋଡା: ବେକିଙ୍ଗ ସୋଡା ଦାନ୍ତରୁ ମଇଳା ବାହାର କରିବାରେ ସାହାଯ୍ୟ କରେ ଓ ଦାନ୍ତକୁ ସଫା ମଧ୍ୟ ରଖେ । ଦାନ୍ତରୁ ହଳଦିଆପଣ ଦୂର କରିବା ପାଇଁ ଟୁଥପେଷ୍ଟରେ ବେକିଂ ସୋଡା ମିଶାଇ ଦାନ୍ତ ଘସନ୍ତୁ । ଆପଣ ବେକିଂ ସୋଡାକୁ ଲେମ୍ବୁ ସହ ମଧ୍ୟ ବ୍ୟବହାର କରିପାରିବେ ।

ତୁଳସୀ: ତୁଳସୀ ପତ୍ର ଦାନ୍ତରେ ହେଉଥିବା ରୋଗ ସହ ଲଢିବା ପାଇଁ ସାହାଯ୍ୟ କରେ । ତୁଳସୀକୁ ବ୍ୟବହାର କରବା ପାଇଁ ତୁଳସୀର ପତ୍ରକୁ ଶୁଖାଇ ଗୁଣ୍ଡ କରିନିଅନ୍ତୁ । ତୁଳସୀ ପତ୍ରର ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ପେଷ୍ଟ ବନାଇ ପ୍ରୟୋଗ ମଧ୍ୟ କରି ହେବ ।

ଲେମ୍ବୁ: ଲେମ୍ବୁ ରସକୁ ଲୁଣ ସହ ମିଶାଇ ଦାନ୍ତରେ ଲଗାନ୍ତୁ ଓ କିଛି ସମୟ ପରେ କୁଳି କରନ୍ତୁ । ଦୁଇ ସପ୍ତାj ପର୍ଯ୍ୟନ୍ତ ଏପରି କଲେ ଦାନ୍ତ ସଫା ହୋଇଯାଏ ।

ଷ୍ଟ୍ରବେରୀ: ଷ୍ଟ୍ରବେରୀରେ ଭିଟାମିନ ସି ପ୍ରଚୁe ପରିମାଣରେ ଥିବାରୁ ଏହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ, ଦାନ୍ତର ହଳଦିଆପଣ ଦୂର ପାଇଁ ଷ୍ଟ୍ରବେରୀରେ ପେଷ୍ଟ ତିଆରି କରି ମଧ୍ୟ ବ୍ୟବହାର କରିହେବ ।

ଲୁଣ: ଆପଣ ଟୁଥପେଷ୍ଟ ବଦଳରେ ଲୁଣ ବ୍ୟବହର କରନ୍ତୁ । ଆପଣ ଲୁଣ ଓ ଅଙ୍ଗାର ମିଶାଇ ଘସନ୍ତୁ । ଏପରି କଲେ ଦାନ୍ତର ହଳଦିଆପଣ ବହୁତ ଯଲଦି ଦୂର ହୋଇଯିବ । ଏହାସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ ।

କମଳା ଚୋପା: ଦାନ୍ତର ହଳଦିଆପଣ ଦୁର କରିବା ପାଇଁ କମଳା ଚୋପାକୁ ରାତିରେ ଶୋଇବା ସମୟରେ ନିତିଦିନ ବ୍ୟବହାର କରନ୍ତୁ । କମଳା ଚୋପାରେ ଭିଟାମିନ ସି, ଓ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବାରୁ ଦାନ୍ତକୁ ପୋକ ଦାଉରୁ ମଧ୍ୟ ରକ୍ଷା କରିହୁଏ । ନିୟମିତ ବ୍ୟବହାର କଲେ କିଛି ସପ୍ତାହ ପରେ ଆପଣ ପ୍ରଭାବ ଅନୁଭବ କରିପାରିବେ ।