ଚୁମ୍ବନ ଦେବାର ମାହାତ୍ମ୍ୟକୁ ବୁଝନ୍ତୁ ! ପ୍ରେମରେ ବଢିବ ପ୍ରଗାଢତା

110

ଚାରିଆଡେ ଚାଲିଛି ପ୍ରେମର ଋତୁ । ପ୍ରେମକୁ ସଫଳ କରିବା ପାଇଁ ଭାଲେଣ୍ଟାଇନ୍ ଦିବସ ହେଉଛି, ପ୍ରେମୀ ଯୁଗଳଙ୍କ ପାଇଁ ଭଲ ଦିନଟିଏ । ଭାଲେଣ୍ଟାଇନ୍ ଦିବସର ଷଷ୍ଠ ଦିବସକୁ “କିସ-ଡେ’ବା “ଚୁମ୍ବନ ଦିବସ’ ଭାବରେ ପାଳନ କରାଯାଏ । ଆଜିର ଦିନରେ ନିଜର ମନର ମଣିଷକୁ ଚୁମ୍ବନ ଦେବାର ଅଭିଳାଷ ସବୁ ପ୍ରେମିକ ପ୍ରେମିକା ମାନଙ୍କର ରହିଥାଏ । ଚୁମ୍ବନରେ ରହିଥାଏ ଭଲପାଇବା, ନିଜ ପ୍ରେମର ପ୍ରଗାଢତା, ଏବଂ ଦୁହେଁ ଦୁହିଁଙ୍କୁ ପ୍ରେମରେ ସମ୍ମାନ କରିବା ।

ଯେତେବେଳେ ପ୍ରେମିକ, ପ୍ରେମିକା ପ୍ରେମରେ ଥାନ୍ତି, ପ୍ରେମରେ ଫୁଲଟିଏ ବି ଫୁଟିଲେ ତାହା ଚଉଦିଗକୁ ବାସିଥାଏ, ସେ ବାସ୍ନା ମନକୁ ପୁଲକିତ କରେ ରୋମାଂଚିତ କରେ । ଆହୁରି ଲାଗେ ଯେମିତି ମନ ପକ୍ଷୀ ଦେହରେ ଡେଣା ଲଗାଇଦେଇଛି, ଆଉ ସେ ଚୁପକରି କାନରେ କୁହେ ଚାଲ ଆମେ ଉଡିବା ଏବଂ ଆମ ପ୍ରେମକୁ ଜିଇଁବା । ସାରାଦେହକୁ ଫୁଲକରି ଆକାଶରେ ଉଡାଇଦିଏ ଏହି ପ୍ରେମ ପକ୍ଷୀ । ଆସନ୍ତୁ ନଜର ପକାଇବା “କିସ-ଡେ’ବା “ଚୁମ୍ବନ ଦିବସ’ର କିଛି ଭଲ ସଂଜ୍ଞା ଉପରେ ।

୧- ଚୁମ୍ବନ ଭଗବାନଙ୍କ ସୃଷ୍ଟିର ଗୋଟିଏ ସୁନ୍ଦରତମ ଭାବନା ଏହା ମାଧ୍ୟମରେ ପ୍ରତ୍ୟେକ ପ୍ରେମିକ ଏବଂ ପ୍ରେମିକା ନିଜର ପ୍ରେମକୁ ସାର୍ଥକ କରିଥାନ୍ତି ।
୨- ଚୁମ୍ବନ ହେଉଛି ପ୍ରତ୍ୟେକ ପ୍ରେମିକ ଏବଂ ପ୍ରେମିକାଙ୍କର ସ୍ୱତଃସ୍ଫୁର୍ତ ଭାବନା ।
୩- ପ୍ରତ୍ୟେକ ପ୍ରେମିକ ପ୍ରେମିକା ଏକାକାର ହେବାର ଆରମ୍ଭ ଚୁମ୍ବନରୁ ହିଁ ହୋଇଥାଏ ।
୪- ପ୍ରେମିକାର କପାଳରେ ଯେତେବେଳେ ପ୍ରେମିକ ଚୁମ୍ବନଟିଏ ଆଙ୍କିଦେଇଥାଏ, ତାକୁ ଲାଗେ ସେ ଦୁନିଆର ସବୁପ୍ରକାର ଖୁସି ପାଇଗଲା ।