ସକାଳୁ ସକାଳୁ ନିଅନ୍ତୁ କଳା ଚା’ର ଚୁସକି ! ଜାଣନ୍ତୁ ତା’ର ଫାଇଦା

71

ସକାଳୁ ସକାଳୁ ସମସ୍ତଙ୍କର ଚା’ପିଇବାର ଅଭ୍ୟାସ ରହିଥାଏ । କିନ୍ତୁ ଏବେ ଫ୍ୟାସନ୍, ଟ୍ରେଣ୍ଡ ସବୁ ଧୀରେ ଧୀରେ ବଦଳି ଯାଉଛି, ତେଣୁ ଲୋକଙ୍କର ଚା ପିଇବାର ପ୍ରବୃତି ମଧ୍ୟ ବଦଳି ଯାଇଛି । ଘରେ ଘରେ ସମସ୍ତେ ଆଜିକାଲି କଳା’ଚା ପିଇବାକୁ ପସନ୍ଦ କରୁଛନ୍ତି । ଏହି ଚା’ ପିଇବାର କିଛି ଫାଇଦା ମଧ୍ୟ ରହିଛି । ଆମେ ସେହି ଫାଇଦା ଉପରେ ନଜର ପକାଇବା ।
୧- ସକାଳୁ ସକାଳୁ ଯଦି ଚା’ପିଇବାର ଅଭ୍ୟାସ ରହିଛି, ତ କ୍ଷୀର ଚା ପିଇବା ଖାଲି ପେଟରେ ଦେହ ପାଇଁ ଭଲ ନୁହଁ । କଳା ଚା’ର ଚୁସକି ସକାଳୁ ସକାଳୁ ନିଅନ୍ତୁ ଓ ତାର ମଜା ଉଠାନ୍ତୁ ।

୨- କଳା ଚା’ରେ ଆଂଟି ଅକ୍ସିଡାଂଟ ରହିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ ଯାହାଦ୍ୱାରା ଶରୀରକୁ ଶୀଘ୍ର ରୋଗ ଆକ୍ରମଣ କରିପାରେ ନାହିଁ ।

୩- କଳା ଚା’ପିଇଲେ କ୍ୟାନସର ଭଳି ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

୪- ଦିନକୁ ପ୍ରୟତଃ ଦିନି କପ କଳା ଚା’ପିଇଲେ ହୃଦରୋଗରୁ ମଧ୍ୟ ରକ୍ଷା ମିଳିପାରିଥାଏ ।

୫- କଳା ଚା’ରେ ଆଂଟି ଅକ୍ସିଡାଂଟ୍ ରହିଥିବାରୁ ଶରୀରରେ ରହିଥିବା ଟାଁକିସନସ୍ ନାମକ ପଦାର୍ଥକୁ ବାହାର କରିଦେଇଥାଏ, ଯାହାଦ୍ୱାରା କି ବୟସ ବଢିବାର ସୀମା ମଧ୍ୟ କମିଯାଇଥାଏ ।

୬- ଯଦି ଦେହରୁ ବେଶି ପରିମାଣରେ ଝାଳ ନିର୍ଗତ ହେଉଥାଏ, ଏବଂ ଝାଳରୁ ଦୁର୍ଗନ୍ଧ ବାହାରୁଥାଏ, ସେଥିପାଇଁ କଳା ଚା’ପିଇବା ବହୁତ ଜରୁରୀ ଅଟେ, ଯାହା ଦେହପାଇଁ ଭଲ କାମ କରିଥାଏ, ଏହା ବ୍ୟାକ୍ଟେରିଆକୁ ଶରୀର ମଧ୍ୟରେ ସ୍ଥାନ ଦେଇ ନଥାଏ ଯ’ଦ୍ୱାରା ଝାଳ ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳି ପାରିଥାଏ ।