ସିଆରପିଏଏଫ ଯବାନଙ୍କ ଉପସ୍ଥିତି ନେଇ କିଛି ସ୍ଥାନୀୟ ଲୋକେ ମାଓବାଦୀଙ୍କୁ ଖବର ଦେଇଥିବା ସୂଚନା !

32

କନକ ବ୍ୟୁରୋ : ସୁକମାରେ ସିଆରପିଏଏଫର ସମସ୍ତ ସତର୍କତା ସତ୍ୱେ ସେମାନଙ୍କ ଉପସ୍ଥିତି ନେଇ କିଛି ସ୍ଥାନୀୟ ଲୋକେ ମାଓବାଦୀଙ୍କୁ ଖବର ଦେଇଥିଲେ । ଫଳରେ ପ୍ରାୟ ୩ଶହରୁ ଅଧିକ ପୁରୁଷ ଓ ମହିଳା ମାଓବାଦୀ ଯବାନଙ୍କୁ ଘେରି ଅତର୍କିତ ଆକ୍ରମଣ କରିଥିଲେ । ମାଓବାଦୀମାନେ ପ୍ରଥମେ ଆଇଡି ବିସ୍ଫୋରଣ କରିବା ପରେ ଚାରିପଡୁ ଯବାନମାନଙ୍କୁ ଘେରି ଗୁଳିବର୍ଷଣ କରିଥିଲେ ।

ପାଲଟା ଆକ୍ରମଣରେ ପ୍ରାୟ ୧୨ ଜଣ ମାଓବାଦୀ ଆହତ ହୋଇଥିଲେ ବି ସିଆରପିଏଫ ଯବାନଙ୍କ ମୃତ୍ୟୁସଂଖ୍ୟା ଅଧିକ ହୋଇଥିଲା । ଆକ୍ରମଣ ପରେ ଜଣେ କଂପାନୀ କମାଣ୍ଡର ଓ ୩ ଜଣ ଯବାନ ନିଖୋଜ ଅଛନ୍ତି । ଅନେକ ଯବାନ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଛତିଶଗଡର ମାଓ ପ୍ରବଣ ଅଂଚଳରେ ରାସ୍ତା କାମ ଚାଲିଥିବାରୁ ମାଓବାଦୀମାନେ ଏହାକୁ ବିରୋଧ କରିଥିଲେ ।

ତେଣୁ ରାସ୍ତା କାମ କରାଇନଦେବାକୁ ମାଓବାଦୀମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଓଡିଶା, ଆନ୍ଧ୍ର ଓ ମହାରାଷ୍ଟ୍ରରେ ମାଓବାଦୀ ସକ୍ରିୟ ଥିଲେ ବି ଛତିଶଗଡ ଏବେ ମାଓବାଦୀଙ୍କ ମୁଖ୍ୟ ଟାର୍ଗେଟ ପାଲଟିଛି । ୨୦୧୦ରୁ ଏବେ ସୁଦ୍ଧା ମାଓବାଦୀ ଆକ୍ରମଣରେ ୨୦୦ ଯବାନ ସହିଦ ହେଲେଣି ।