ରଥ ନିର୍ମାଣର ଯାଂଚ କଲା ୫ ଜଣିଆ ଅନୁଧ୍ୟାନ କମିଟି : ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣରେ ତ୍ରୁଟି ଥିବା ନେଇ ସୂଚନା

38

କନକ ବ୍ୟୁରୋ: ପାଖେଇ ଆସୁଛି ଘୋଷଯାତ୍ରା । ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥ ନିର୍ମାଣ କାମ । ତେବେ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣରେ ତ୍ରୁଟି ଥିବା ଅନୁଧ୍ୟାନ ବେଳେ ଜଣାପଡିଛି । ରଥର ପହି ଦୁର୍ବଳ ଥିବାରୁ ପରିବର୍ତନ ପାଇଁ ନିର୍ଦେଶ ଦିଆଯାଇଛି । ଯାଂଚବେଳେ ୫ ଜଣିଆ ଅନୁଧ୍ୟାନ କମିଟି ଏହି ତ୍ରୁଟି ଧରିଥିଲା ।

ଆସନ୍ତା ସୋମବାରଦିନ ମହାପ୍ରଭୁଙ୍କ ଉଭଁରୀଯାତ । ଏହି ଦିନ ପରମ୍ପରା ମୁତାବକ ୩ ରଥର ଦୁଇ ଦୁଇଟି ଚକ ଅଖ ଡେରାଯିବ । ଏହାପୂର୍ବରୁ ୫ ଜଣିଆ ଅନୁଧ୍ୟାନ କମିଟି ଯେଉଁ ଚକ ନିର୍ମାଣ କରାଯାଇଥିଲା ତାହର ଯାଂଚ କରିଥିଲେ । ଅନୁଧ୍ୟାନ ସମୟରେ ଦେବଦଳନ ରଥର ପହି ଫଟାଥିବା ଦେଖିବାକୁ ପାଇଥିଲା । ଏହାର ପରବର୍ତନ ପାଇଁ ରଥର ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅନୁଧ୍ୟାନ କମିଟି । ଗତବର୍ଷ ଦେବୀଦଳନ ରଥର ଅଖ ଭାଙ୍ଗିଯାଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁଦୃଷ୍ଟିରେ ରଖି ଅନୁଧ୍ୟାନ କମିଟି ଏହି ଯାଂଚ କରିଛି ।