ସାବଧାନ, ଆପଣଙ୍କ ପାଖକୁ ମଧ୍ୟ ଆସିପାରେ ନକଲି ରିଜର୍ଭ ବ୍ୟାଙ୍କର ଇମେଲ ! ସଚେତନ ରୁହନ୍ତୁ ନଚେତ ସହିବାକୁ ପଡିବ ଅନେକ କ୍ଷତି ।

28

ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ଫର୍ଜି ଇମେଲ ଆସିବା କୌଣସି ଏକ ନୂଆ କଥା ନୁହେଁ । ଏହି ଇମେଲରେ ଆରବିଆଇ ପକ୍ଷରୁ ପୁରସ୍କାର ଦିଆଯିବା ନେଇ ଉଲ୍ଲେଖ ରହିଥାଏ ଏବଂ ଏହି ଜରିଆରେ ଲୋକମାନଙ୍କ ଠାରୁ ଟଙ୍କା ଠକି ନିଆଯାଇଥାଏ । କିନ୍ତୁ ଏଭଳି ଠକେଇ କରୁଥିବା ଅପରାଧୀମାନେ ଏବେ ଏହା ଠାରୁ ଅନେକ ଆଗକୁ ବଢିଗଲେଣି । କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏବେ କିଛି ବ୍ୟକ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀ ହୋଇ ଫର୍ଜି ଇମେଲ ପଠାଉଛନ୍ତି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରୀ ଦେବା ନେଇ ଅନେକ ଧୋକାଧଡି କରୁଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏସବୁକୁ ନେଇ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ. କିଛି ବ୍ୟକ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ଫର୍ଜି ଇମେଲ ପଠାଉଛନ୍ତି । ଏହି ଲୋକମାନେ ଆରବିଆଇରେ ନିଯୁକ୍ତି ଦେବା ନେଇ ଲୋକଙ୍କୁ ସାକ୍ଷାତକାର ପାଇଁ ଡାକୁଛନ୍ତି । ତେବେ ଆରବିଆଇ କହିଛି ଯେ, ଭର୍ତ୍ତି ସମ୍ବନ୍ଧୀୟ ବିଜ୍ଞାପନ, ପରୀକ୍ଷା, ସାକ୍ଷାତକାର, ପ୍ରବେଶ କାର୍ଡ ସମେତ ଭର୍ତ୍ତି ପାିଁ ଆବଶ୍ୟକ ଅନ୍ୟ ସୂଚନା କେନ୍ଦ୍ରୀୟ ବ୍ୟାଙ୍କର ଅଫିସିଆଲ ୱେବସାଇଟ ଜରିଆରେ ଲୋକମାନଙ୍କୁ ସୂଚୀତ କରାଯାଇଥାଏ ।

ତେବେ ଏଭଳି ଫର୍ଜି ଇମେଲ ଠାରୁ ଦୂରେଇ ରହିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜନସାଧାରଣଙ୍କୁ ସଚେତନ କରିଛି । ତେବେ ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନାମରେ ଏକ ନୂଆ ୱେବସାଇଟ ଖୋଲାଯିବା ଭଳି ମାମଲା ସାମ୍ନାକୁ ଆସିଥିଲା । ଏହାକୁ ନେଇ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।