ନିଜ ଦଳର ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ହଲାପଟା କଲେ ପ୍ରଦୀପ ମହାରଥୀ । କହିଲେ, ନବୀନଙ୍କ ନାଁ ନେଇ ପାର ହେବାକୁ ଚେଷ୍ଟା କରନ୍ତୁ ନାହିଁ ।

407

କନକ ବ୍ୟୁରୋ : ନବୀନଙ୍କ ନାଁ ନେଇ କିଛି ମନ୍ତ୍ରୀ ଖସିଯାଉଛନ୍ତି । ଆଜି ବିଧାନସଭାରେ ଏହି ଅଭିଯୋଗ ଆଣିଛନ୍ତି ପ୍ରଦୀପ ମହାରଥୀ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ପିପିଲି ବିଧାୟକ । ରାସ୍ତା କାମ ବେଳେ ଫାଟିଯାଉଥିବା ପାଇପକୁ ମରାମତି କରୁନଥିବା ବିଭାଗ, ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ୍ ପାଣି କେମିତି ଯୋଗାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ପ୍ରଦୀପ ମହାରଥୀ ।

ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗୃହରେ ଆଣିଛନ୍ତି ଏମିତି କିଛି ଅଭିଯୋଗ । ମହାରଥୀଙ୍କ ଅଭିଯୋଗ, କୌଣସି ବିରୋଧୀ ନେତାଙ୍କ ବିରୋଧରେ ନୁହେଁ ବରଂ ଖୋଦ୍ ନିଜ ଦଳର ମନ୍ତ୍ରୀଙ୍କ ନାଁରେ । ରାଜ୍ୟରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣକୁ ନେଇ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଛନ୍ତି ବିଜେଡି ବିଧାୟକ । ଏପରିକି ରାସ୍ତା କାମ ବେଳେ ଫାଟିଯାଉଥିବା ପାଇପ୍କୁ ମରାମତି କରୁନଥିବା ବିଭାଗ, ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ୍ ପାଣି କେମିତି ଯୋଗାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ପ୍ରଦୀପ ମହାରଥୀ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟର ୪୭ ହଜାର ୩ଶହ ୬୬ ଗାଁ ମଧ୍ୟରୁ ୧୯ ହଜାର ୫ଶହ ୪ ଗାଁକୁ ପାଇପ୍ ପାଣି ଯୋଗାଇ ଦିଆଯାଇଥିବା କହିଥିଲେ । ବିଗତ ୫ବର୍ଷରେ ରାଜ୍ୟ ସରକାର ଏଥିପାଇଁ ୧୭ ହଜାର ୩ଶହ ୭୨ କୋଟି ଟଙ୍କା ଅନୁଦାନ ଦେଇଥିବା ଗୃହରେ ଉତର ରଖିଥିଲେ ।

ହେଲେ ଏସବୁ ଭିତରେ ଦକ୍ଷତା ପାଇଁ ଯେତେବେଳେ ପ୍ରତାପ ଜେନାଙ୍କୁ ଜାତୀୟସ୍ତରରେ ପୁରସ୍କାର ମିଳୁଛି, ଠିକ୍ ସେତିକି ବେଳେ ନିଜ ଦଳର ବିଧାୟକଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଉଛନ୍ତି ମହାରଥୀ । ଯାହା ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ବିରୋଧୀଙ୍କୁ ଏକ ବଡ଼ ମୌକା ଆଣି ଦେଇଛି ।