ଭାଇରାଲ ହେଲା ପୁଲୱାମା ଆକ୍ରମଣରେ ସହିଦ ପ୍ରସନ୍ନ ସାହୁଙ୍କ ଭିଡିଓ । ଗାଁ ଉତ୍ସବରେ ଗୀତ ଓ ବାଜାରେ ତାଳେ ତାଳେ ମନଖୋଲା ନାଚ

652

କନକ ବ୍ୟୁରୋ: ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଗଲେ ପ୍ରସନ୍ନ, ହେଲେ ବାକି ରହିଗଲା ଅନେକ ସ୍ୱପ୍ନ । ସବୁଦିନ ପାଇଁ ଜନ୍ମ ମାଟି ଝୁରୁଛି ପ୍ରସନ୍ନଙ୍କୁ । ଏବେ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରସନ୍ନଙ୍କ ପରିବାର ଲୋକ, ସମସ୍ତଙ୍କ ମଧ୍ୟରେ ଗୋଟିଏ କଥା. କେବେ ନିଆଯିବ ପ୍ରତିଶୋଧ । ହେଲେ ଦେଶ ପାଇଁ ଜୀବନ ଦେଇଥିବା ଏହି ବୀର ଯବାନ ମାନେ କିଛି ଏପରି କରିଯାଇଥାନ୍ତି ଯାହା ସେମାନଙ୍କୁ ସବୁଦିନ ପାଇଁ ଅମର କରିଦିଏ ।

ହେଲେ ଘର ପରିବାର ଓ ସାଙ୍ଗ ସାଥିମାନଙ୍କ ପାଇଁ କିଛି ଏମିତି ସ୍ମୃତି ଛାଡି ଚାଲିଯାଆନ୍ତି, ଯାହାକୁ ମନପକେଇ କେବଳ ଆଖିରୁ ଲୁହା ବୁହାଇବା ହିଁ ସାର ହୋଇଥାଏ । ସହିଦ ପ୍ରସନ୍ନ ସାହୁଙ୍କର ଏକ ଭିଡିଓ ଏବେ ସାମନାକୁ ଆସିଛି । ଗାଁରେ ଅଷ୍ଟ୍ରପ୍ରହରୀ ବେଳେ ସହିଦ ପ୍ରସନ୍ନଙ୍କର ନାଚିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଚିତ୍ରକୁ ଦେଖିଲେ କାଲି ପରିକା ମନେହେଉଛି । ହେଲେ ଆଜି ଏହା ଅତିତ ହୋଇଯାଇଛି । ସମସ୍ତଙ୍କ ପରକରି ଆରପାରିକୁ ଚାଲିଯାଇଛନ୍ତି ।

Comments are closed.