ଏମିତି ଏକ ଭୟଙ୍କର ଯୁଦ୍ଧ, ଯେଉଁଥିରେ ଚାଲି ଯାଇଥିଲା ୬ କୋଟିରୁ ଅଧିକ ସୈନିକଙ୍କ ଜୀବନ ।

47

ଏମିତି ଏକ ଯୁଦ୍ଧ ଯେଉଁଥିରେ ଚାଲି ଯାଇଥିଲା ୬ କୋଟି ଲୋକଙ୍କ ଜୀବନ । ଚାରିଆଡେ ଶୁଭୁଥିଲା ହାହାକାର । ୨ ଡିସେମ୍ବର ୧୯୪୫ । ୭୩ ବର୍ଷ ପୂର୍ବେ ଆଜିର ଦିନରେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଜାପାନର ବିଦେଶ ମନ୍ତ୍ରୀ ଆତ୍ମସର୍ମପଣ ଦସ୍ତାବିଜରେ ଦସ୍ତଖତ କରିବା ସହ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ତେବେ ଯୁଦ୍ଧ ସମୟରେ ଏଭଳି କିଛି ଘଟଣା ରହିଛି ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।

୧୯୩୯ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଚାଲିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ଦୀର୍ଘ ୬ ବର୍ଷ ଧରି ଚାଲିଥିଲା ଏହି ଯୁଦ୍ଧ । ୭୦ ଦେଶ ଜଳ-ସ୍ଥଳ ଓ ବାୟୁସେନା ଏହି ଯୁଦ୍ଧରେ ସାମିଲ ହୋଇଥିଲେ । ଏହି ଯୁଦ୍ଧରେ ପୂରା ବିଶ୍ୱ ଦୁଇଥ ଭାଗରେ ବିଭକ୍ତ ହୋଇଥିଲା । ମିତ୍ରଶକ୍ତି ଓ ଫାସୀବାଦ । ଏପରିକ ଏହି ଯୁଦ୍ଧ ପାଇଁ ଅଧିକାଂଶ ଦେଶ ନିଜର ଅର୍ଥବଳ ଓ ବାହୁବଳକୁ ବ୍ୟବହାର କରିବା ପାଇଁ ମଧ୍ୟ ପଛାଇ ନଥିଲେ । ୧ ସେପ୍ଟେମ୍ବର ୧୯୩୯ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବିଭିନ୍ନ ଦେଶର ପ୍ରାୟ ୧୦ କୋଟି ସୈନିକ ଯୁଦ୍ଧ ମେଦାନକୁ ଓହ୍ଳାଇଥିଲେ । ଆଉ ଏହାକୁ ଇତିହାସର ସବୁଠୁ ଘାତକ ଯୁଦ୍ଧ ଭାବେ ଗଣାଯାଉଥିଲା ।

ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ୫ରୁ ୭ କୋଟି ସୈନିକଙ୍କ ଜୀବନ ଚାଲି ଯାଇଥିଲା । ଅଧିକାଂଶ ସୈନିକ ପଙ୍ଗୁ ମଧ୍ୟ ହୋଇଯାଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବିଶ୍ୱଯୁଦ୍ଧରେ ହିଁ ଜାପାନ ଉପରେ ପରମାଣୁ ଆକ୍ରମଣ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା ଆମେରିକା । ପୋଲାଣ୍ଡ ଉପରେ ଜର୍ମାନୀର ଆକ୍ରମଣ ସହ ଆରମ୍ଭ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ । ତେବେ ଏହି ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଆମେରିକା ଏଥିରେ ସାମିଲ ହୋଇଥିଲା । ତେବେ ଜର୍ମାନୀର ପରାଜୟ ପଛରେ ଋଷର ପ୍ରମୁଖ ଭୂମିକା ରହିଥିଲା । ମିତ୍ରରାଷ୍ଟ୍ର ଦ୍ୱରା ପରାଜିତ ହୋଇଥିବା ଶେଷ ଦେଶ ଥିଲା ଜାପାନ । ଆଉ ଜାପାନ ଉପରେ ପରମାଣୁ ବୋମା ପକାଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ଆମେରିକା ।