୪୪ ବର୍ଷରେ ସୋନୁ ! କେବେ ବିବାହ ଷ୍ଟେଜରେ ଗୀତ ଗାଉଥିବା ସୁରର ଏହି ବାଦଶାହା ଏବେ ଗୀତ ପ୍ରତି ନେଉଛନ୍ତି ୬ଲକ୍ଷ . . ସଙ୍ଗୀତ ସମ୍ରାଟଙ୍କ ଜୀବନକୁ ନେଇ ଜାଣନ୍ତୁ କିଛି କଥା

53

ମାତ୍ର ୪ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିବା ସଙ୍ଗୀତ ସମ୍ରାଟ ସୋନୁ ନିଗମ ଆଜି ୪୪ ବର୍ଷ ବୟସରେ ପାଦ ଦେଇଛନ୍ତି । ୩୦ ଜୁଲାଇ ୧୯୭୩ରେ ଫରିଦାବାଦରେ ଜନ୍ମ ଗ୍ରହଣ କରିଥିଲେ ସ୍ୱରର ଏହି ବେତାଜ୍ ବାଦଶାହା । ବଲିଉଡର ଏହି ଲୋକପ୍ରିୟ ଗାୟକଙ୍କ ଜୀବନକୁ ଜାଣନ୍ତୁ କିଛି ଖଟା ମିଠା କଥା ।

ସୋନୁ ମାତ୍ର ୪ ବର୍ଷ ବୟସରେ ଗୀତ ବୋଲିବା ଆରମ୍ଭ କରିଥିଲେ । ପ୍ରଥମ ଥର ସେ ନିଜ ବାପାଙ୍କ ସହ ମହମ୍ମଦ ରଫିଙ୍କ ‘କ୍ୟା ହୁଆ ତେରା ୱାଦା’ ବୋଲିଥିଲେ । ଏହା ପରେ ସୋନୁ ନିଜ ବାପାଙ୍କ ସହ ବିଭିନ୍ନ ବିବାହ ଏବଂ ପାର୍ଟିରେ ମାନଙ୍କରେ ଗୀତ ବୋଲିବା ପାଇଁ ଯିବାକୁ ଲାଗିଲେ ।

ଏହା ପରେ ମାତ୍ର ୧୯ବର୍ଷ ବୟସରେ ଗାୟିକିରେ ନିଜ କ୍ୟାରିୟର୍ କରିବା ପାଇଁ ବାପାଙ୍କ ସହ ମୁମ୍ବାଇ ଚାଲିଆସିଥିଲେ । ଏବେ ସୋନୁ ନିଗମ ବଲିଉଡ ଜଣେ ପ୍ରସିଦ୍ଧ ତଥା ଲୋକପ୍ରିୟ ଗାୟକ ହୋଇ ସାରିଲେଣି । ବର୍ତ୍ତମାନ ପ୍ରତି ଗୀତ ପିଛା ସୋନୁ ୬ଲକ୍ଷ ଟଙ୍କା ନେଉଛନ୍ତି । ସୋନୁ କିଛି ସିନେମା ସହ ଅନେକ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି  ।

ତେବେ କେବଳ ଗୀତ ନୁହେଁ ନିଜ ଲଭ୍ ଲାଇଫକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲେ । ଯେବେ ବି ସୋନୁଙ୍କ ବାପା କୌଣସି ଟୁର୍ କିମ୍ବା କନସର୍ଟକୁ ଯାଉଥିଲେ ସେତେବେଳେ ସୋନୁଙ୍କ ସାଥିରେ ନୂଆ ନୂଆ ଝିଅ ନଜର ଆସୁଥିଲେ । ଏକଥା ସୋନୁ ନିଜେ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ।

ଜାଣି ଆଶ୍ଚର୍ଯ୍ୟ ହେବେ ଅସରପା ଦେଖିଲେ ଡରନ୍ତି ବଲିଉଡର ଏହି ସଙ୍ଗୀତ ସମ୍ରାଟ । ଏହା ସହ ସେ ଖୁବ୍ ଭାବପ୍ରବଣ ଏବଂ ସମ୍ବେଦନଶୀଳ ମଧ୍ୟ । ଏପରିକି ସିନେମାରେ କୌଣସି ଇମୋସନାଲ୍ ସିନ୍ ଦେଖିଲେ କାନ୍ଦି ପକାନ୍ତି ସୋନୁ । ଗୀତ ବ୍ୟତୀତ ସୋନୁଙ୍କ ପାଖରେ ଆଉ ଏକ ପ୍ରତିଭା ଅଛି ଯାହା ଖୁବ୍ କମ୍ ଲୋକଙ୍କୁ ଜଣା । ତାହା ହେଉଛି ଅନ୍ୟ ମାନଙ୍କର ନକଲ କରିବା ।

ଯଦିଓ ସୋନୁଙ୍କ ଜୀବନ ସ୍ୱରର ସାତରଙ୍ଗରେ ସଜେଇ ହୋଇ ରହିଛି କିନ୍ତୁ ଅନେକ ବିବାଦ ଘେରରେ ମଧ୍ୟ ରହିଛନ୍ତି ସୋନୁ । ନିକଟରେ ହୋଇଥିବା ଅଜାନ୍ ମାମଲା ସୋନୁଙ୍କ ଜୀବନର ସବୁଠାରୁ ବଡ ବିବାଦ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମାମଲା ଏତେ ସାଂଘାତିକ ହୋଇଥିଲା ଯେ ସୋନୁ ସମ୍ପୁର୍ଣ୍ଣ ଲଣ୍ଡା ମଧ୍ୟ ହୋଇଯାଇଥିଲେ । କେବଳ ଏତିକି ନୁହେଁ ନିଜ ଟୁଇଟର୍ ଆକାଉଂଟ୍ ମଧ୍ୟ ବନ୍ଦ କରିଦେଇଥିଲେ ।