ଗତକାଲି ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିବା ୫୫ ଭଉଣୀଙ୍କୁ ମୋଦି ନିଜ ଟୁଇଟର ଏକାଉଣ୍ଟରେ କଲେ ଫଲୋ

49

କନକ ବ୍ୟୁରୋ : ଗତକାଲି ପବିତ୍ର ରକ୍ଷାପୂର୍ଣ୍ଣମା ଅବସରରେ ସାରା ଦେଶରେ ସାଧାରଣ ଲୋକମାନଙ୍କଠାରୁ ଆରମ୍ଭ କରି ରାଜନୈତିକ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆଡମ୍ବରରେ ପାଳନ କଲେ । ତେବେ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ ଥିବା ପରି ମନେହେଉଥିଲା । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ନିରଜଂନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ୫୫ ଜଣ ମହିଳାଙ୍କୁ ଫଲୋ କରିଛନ୍ତି ।

 

ଏହି ମହିଳାମାନଙ୍କ ମଧ୍ୟରେ ଧାବିକା ପିଟି ଉଷା, ପଦ୍ମଜା ଯୋଶୀ, ପୂର୍ବତନ ମିସ ୱାଲର୍ଡ ଓ ଶିଶୁ ଅଧିକାର କର୍ମକର୍ତ୍ତା ସ୍ୱରୂପ, ସାମ୍ବାଦିକା ରୋମାନା ଇସାର ଖାଁ, ବ୍ୟାଡମିଣ୍ଟନ ଯୁଗଳ ଖେଳାଳି ଅଶ୍ୱିନୀ ପୋନ୍ନପ୍ପା, ଟେନିସ ଖେଳାଳି ସାନିଆ ମିର୍ଜା, କର୍ମନ କୌର ଥଣ୍ଡି, ଶୀଲା ଭଟ୍ଟ ଓ ଶାଳିନୀ ସିଂହ, ଶ୍ୱେତା ସିଂହ, ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟରରେ ଅଭିନେତ୍ରୀ କୋଏନା ମିତ୍ର, ଭାରୋତ୍ତଳକ କର୍ଣ୍ଣାମ ମାଲେଶ୍ୱରୀ, ଫଟୋ ସାମ୍ବାଦିକା ରେଣୁକା ପୁରୀ, ବିଜେପିର କିଛି ସଦସ୍ୟ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ଫଲୋ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଫଲୋ କରାଯାଇଥିବା କିଛି ମହିଳାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

 

ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଲୋକ ଫଲୋ କରନ୍ତି ହେଲେ ମୋଦିଙ୍କ ହାତରେ ଯେଉଁମାନେ ଗତକାଲି ରାକ୍ଷୀ ବାନ୍ଧିଛନ୍ତି ସେମାନଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ଟୁଇଟରରେ ଫଲୋ କରିଥିବା କଥା ସାମନାକୁ ଆସିବା ପରେ ଗଣମାଧ୍ୟମରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିବା ଜଣାପଡିଛି । ତେବେ ମିଳିଥିବା ସରକାରୀ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନିଜର ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡେଲରେ ୨୦୦୦ ଲୋକଙ୍କୁ ଫଲୋ କରିଥାନ୍ତି । ଅପରପକ୍ଷେ ୪.୩୭ କୋଟି ଲୋକ ମୋଦିଙ୍କୁ ଫଲୋ କରିଥାନ୍ତି । ତାଙ୍କର କାର୍ଯ୍ୟାଳୟ ଟୁଇଟର ପିଏମଓ ଇଣ୍ଡିଆ ବିଶ୍ୱର ନେତାମାନଙ୍କ ସହିତ ୪୩୮ ଜଣ ଲୋକ ଫଲୋ କରିଥାନ୍ତି । ସେହିଭଳି ୨.୬୯ କୋଟି ଲୋକ ଏହାକୁ ଫଲୋ କରିଥାନ୍ତି ।