କେମିତି ଜାଣିବେ ଆପଣ ପ୍ରେମରେ ଅଛନ୍ତି ବୋଲି !

123

ଆପଣ କେବେ ପ୍ରେମରେ ପଡିଛନ୍ତି, ଯଦି କେବେ ପ୍ରେମରେ ପଡିଥିବେ ଜାଣିଥିବେ ଯେ ପ୍ରେମରେ ପଡିଲେ କ’ଣ ହୁଏ, କେମିତି ହୁଏ ଓ କଣ କଣ ଲକ୍ଷଣ ଦେଖାଯାଏ ତା’ଉପରେ ନଜର ପକାଇବା ।

ନୂଆ କରି ପ୍ରେମରେ ପଡିଥିବା ବ୍ୟକ୍ତି ସବୁବେଳେ ଅନ୍ୟମନସ୍କ ରହିବା ସହିତ ଭାବନା ରାଜ୍ୟରେ ବିତରଣ କରୁଥିବାର ଦେଖିବାକୁ ମିଳିଥାଏ ।

ନିଜର ମୋବାଇଲକୁ ବାରମ୍ବାର ଦେଖିବା, ମେସେଜ ନ’ ଆସିଲେ ମଧ୍ୟ ବାରମ୍ବାର ମେସେଜ ବକ୍ସକୁ ଯାଇ ଦେଖିବାର ଇଚ୍ଛା ହୋଇଥାଏ । ମନ ଅସ୍ଥିର ରହିବା ପ୍ରେମର ଏକ ଅନ୍ୟତମ ଲକ୍ଷଣ ।

ଭଲ ପ୍ରେମିକ କେବେ ମଧ୍ୟ ଭଲ ସାଙ୍ଗ ହୋଇପାରିବେ ନାହିଁ, କାରଣ ବ୍ୟକ୍ତି ଯେତେବେଳେ ପ୍ରେମରେ ଥାଏ, ସେ ସମୟରେ ନିଜ ସାଙ୍ଗସାଥୀଙ୍କୁ ମଧ୍ୟ ଅବହେଳା କରିଥାଏ, ତେଣୁ ଯେତେବେଳେ ଆପଣଙ୍କ କୈାଣସି ସାଙ୍ଗ ଆପଣଙ୍କ ପ୍ରତି ଏମିତି ବ୍ୟବହାର କରିବାର ଦେଖିବେ , ଜାଣିବେ ସେ ପ୍ରେମରେ ଅଛନ୍ତି ।

କଠୋରୀକୁ ଅନ୍ଧାର କରି ଆଖି ବନ୍ଦକରି ରୋମାଂଟିକ୍ ଗୀତ ଶୁଣିବା ନୂଆ ନୂଆ ପ୍ରେମ କରିବାର ଆଉ ଏକ ଲକ୍ଷଣ ।

ପ୍ରେମରେ ଥବା ବ୍ୟକ୍ତିକୁ ଲାଗେ ତାର ଅତି ଆପଣାର ମଣିଷଟି ତା ପାଖରେ ସବୁବେଳେ ଯଦି ଥାଆନ୍ତା ତା’କୁ ଆଉ କିଛି ଦରକାର ନାହିଁ, ସେ ତାର ଜୀବନକୁ ସୁନ୍ଦରଭାବରେ ଉପଭୋଗ କରିପାରନ୍ତା ।

ପ୍ରେମ କରୁଥିବା ବ୍ୟକ୍ତି ସବୁବେଳେ ନିଜର ମନର ମଣିଷକୁ ନିଜ ପାଖରେ ରଖିବାର ଇଚ୍ଛାପ୍ରକାଶ କରିଥାଏ, କିନ୍ତୁ ତାହା କଣ କେବେ ସମ୍ଭବ ହୁଏ, ଏହା ଠିକରେ ହୋଇ ନ’ପାରିଲେ ସେ ଏକରକମ ପାଗଳ ହୋଇଯାଏ ।

ପ୍ରେମରେ ପାଦ ଦେଇଥିବା ବ୍ୟକ୍ତି ନିଜକୁ ସବୁବେଳେ ସଜାଇବାରେ ବ୍ୟସ୍ତ ରୁହେ । ଆଇନାରେ ବାରମ୍ବାର ମୁହଁକୁ ଦେଖୁଥାଏ ଆଉ ସେତେବେଳେ ଭାବୁଥାଏ ମୁଁ କେମିତି ମୋର ପ୍ରିୟତମ ମଣିଷ ପାଖରୁ ମୋ ସୁନ୍ଦରତାକୁ ନେଇକି କିଛି ଭଲ କଥା ଶୁଣିବି , ଆଉ ତାପରେ ମୋ ମନ ଖୁସିରେ ଝୁମି ଉଠିବ ।