ସ୍ୱାସ୍ଥ୍ୟ ପାଇଁ ଜୁଆଣି ପାଣି ! ଜାଣନ୍ତୁ ଏହାର ଉପାଦେୟତା

338

ଜୁଆଣିରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି । ଜୁଆଣି କେବଳ ଖାଦ୍ୟର ସୁଆଦ ବଢାଇ ନ’ଥାଏ, ଏହା ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଜୁଆଣି ଭଳି ଜୁଆଣି ପାଣିର ଆହୁରି ଅଧିକ ଉପକାରିତା ରହିଛି । ଏହା ପୂରା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆସନ୍ତୁ ଏହାର ଉପକାରିତା ସମ୍ପର୍କରେ ନଜର ପକାଇବା ।

– ପ୍ରତିଦିନ ଜୁଆଣି ପାଣି ପିଇବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ ।

– ହୃଦରୋଗରୁ ରକ୍ଷା କରିଥାଏ ଜୁଆଣି ପାଣି ।

– ମୁଖ ଜନିତ ରୋଗରୁ ରକ୍ଷା ମିଳିବା ପାଇଁ ଜୁଆଣି ପାଣିର ବ୍ୟବହାର କରାଯାଇଥାଏ । ଏହାକୁ ସବୁଦିନ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଜନିତ କଷ୍ଟ ଏବଂ ମୁଖ ଦୁର୍ଗନ୍ଧରୁ ମଧ୍ୟ ରକ୍ଷା ମିଳିଥାଏ ।

– ଜୁଆଣି ପାଣି ପେଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଖାଦ୍ୟ ହଜମ କରିବାରେ ଜୁଆଣି ପାଣି ରାମବାଣ ପରି କାମ କରିଥାଏ  ।

– ଜୁଆଣି ପାଣିକୁ ସବୁଦିନେ ପିଇଲେ ଏହା ଶରୀରର ମେଟାବଲିଜମକୁ ବଢାଇବାରେ ସାହାଯ୍ୟ କରିଥାଏ,  ଯାହାଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ ।

– ଡାଇରିଆ ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ବ୍ୟବହାର କରିବା ଦ୍ୱାରା ରକ୍ଷା ମିଳିଥାଏ ।

– ଜୁଆଣି ପାଣିକୁ ବ୍ୟବହାର କଲେ ଥଣ୍ଡା, କଫ, ଏବଂ ଆଜମାରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଅତ୍ୟଧିକ କାଶ ହେଉଥିଲେ ଜୁଆଣି ପାଣି ସହିତ ଚିମୁଟାଏ କଳା ଲୁଣ ମିଶାଇ ପିଇଲେ କାଶରୁ ମୁକ୍ତି ମିଳିଥାଏ ।

– ସେହିପରି ମୁଣ୍ଡବ୍ୟଥା ଏବେ ଗୋଟିଏ ବଡ ସମସ୍ୟା । ଏଥିରୁ ଶୀଘ୍ର ଉପଶମ ପାଇବା ପାଇଁ ଜୁଆଣି ପାଣିକୁ ବ୍ୟବହାର କରାଯାଇଥାଏ ।

– ନିଦ୍ରାହିନତାର ଶିକାର ହୋଇଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଗୋଟିଏ କପþ ଜୁଆଣି ପାଣି ପିଇଲେ ନିଦ ଭଲ ହୋଇଥାଏ ।