ବ୍ରଣ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ କିଛି ସରଳ ଉପାୟ . . . . .

160

ଆଜିକାଲିର ଅସନ୍ତୁଳିତ ଖାଦ୍ୟଶୈଳୀ, ଅତ୍ୟଧିକ ଫାଷ୍ଟପୁଡ ସେବନ ଆଦି ତ୍ୱଚାରେ ବ୍ରଣ ସୃଷ୍ଟିରର ମୁଖ୍ୟ କାରଣ ହୋଇଛି  । ଏହାସହ ତୈଳାକ୍ତ ତ୍ୱଚା ମଧ୍ୟ ବ୍ରଣ ହେବାର ଆଉ ଏକ ମୁଖ୍ୟ କାରଣ । ତେବେ ଆସନ୍ତୁ ଜାଣିବା ବ୍ରଣ ସମସ୍ୟାରୁ ରକ୍ଷା ପାଇବେ କିପରି . . . . .

• ବ୍ରଣ ହଟାଇବା ପାଇଁ ମୁହଁକୁ ସବୁବେଳେ ସଫା ରଖନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ସବୁବେଳେ ମୁହଁ ଧୋଇଲା ବେଳେ ଫେସୱାସ ବ୍ୟବହାର କରିବା ଠିକ ନୁହଁ । ଚେଷ୍ଟା କରନ୍ତୁ କେବଳ ଥଣ୍ଡା ପାଣିରେ ହିଁ ମୁହଁ ଧୁଅନ୍ତୁ ।

• ତ୍ୱଚାକୁ ଧୋଇବା ସହ ଏହାକୁ ସବୁବେଳେ ହାଇଡ୍ରେଟ ଓ ମଏଶ୍ଚରାଇଜ ରଖନ୍ତୁ । ମୁହଁକୁ ଧୋଇବା ସବୁଠାରୁ ଗରୁତ୍ୱପୂର୍ଣ୍ଣ କିନ୍ତୁ ତ୍ୱଚାକୁ ମଏଶ୍ଚରାଇଜ କରିବା ମଧ୍ୟ ସେତିକି ଗରୁତ୍ୱପୂର୍ଣ୍ଣ ।

• ଯେଉଁମାନଙ୍କ ମୁହଁରେ ଅଧିକ ବ୍ରଣ ହେଉଛି ସେମାନେ ମେକଅପ୍ ଉପକରଣ ବ୍ୟବହାର କଲାବେଳେ ଅଧିକ ଯତ୍ନଶୀଳ ହେବା ଉଚିତ୍ ।

• ବ୍ରଣ ହେଉଥିଲେ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରନ୍ତୁନି । କାରଣ ଏହା ତ୍ୱଚାକୁ ତୈଳାକ୍ତ କରାଇଥାଏ । ତ୍ୱଚାରେ ଘିଅକୁଆଁରୀ ଲଗାନ୍ତୁ ।

• ମୁହଁକୁ ବାରମ୍ବାର ହାତ ଲଗାନ୍ତୁ ନାହିଁ କିମ୍ବା ବ୍ରଣକୁ ଖଣ୍ଡିଆ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ତ୍ୱଚାରେ ଦାଗ ହେବା ସହ ସେପ୍ଟିକ ହେବାର ସମ୍ଭାବନା ରହିଛି ।