ଘରର ଏକମାତ୍ର ରୋଜଗାରିଆ ପୁଅ ହେଲା ସହିଦ୍ : ତାଙ୍କ କୋଠରୀ କାନ୍ଥରେ ଲେଖା ଥିଲା ‘ମାଇ ଲାଇଫ୍ ଇଜ୍ ଆର୍ମି’ 

ସୂରଜଙ୍କ ରୋଜଗାରରେ ଘରର ଖର୍ଚ୍ଚ ଚଳୁଥିଲା ।

316

ଜମ୍ମୁ –କାଶ୍ମୀରର ରାଜୌରୀରେ ମାଇନ୍ ବ୍ଲାଷ୍ଟରେ ସହିଦ ହୋଇଥିବା ଅଲମୋଡା ଜିଲ୍ଲାର ୮ କୁମାଉଁ ରେଜିମେଣ୍ଟର ଯବାନ ଲାନ୍ସ ନାୟକ ସୂରଜ ସିଂହ ଘରର ଏକମାତ୍ର ରୋଜଗାରିଆ ଥିଲେ । ନୂଆ ଘର ନିର୍ମାଣ ପାଇଁ ସୂରଜ ନିଜ ପିତାଙ୍କୁ ଟଙ୍କା ବି ଦେଇଥିଲେ । ସୂରଜ ଛୁଟିରେ ଆସିବା ସମୟରେ ନୂଆ ଘର ନିର୍ମାଣ ବି ହୋଇସାରିଥିଲା । ସୂରଜଙ୍କ ରୋଜଗାରରେ ଘରର ଖର୍ଚ୍ଚ ଚଳୁଥିଲା । ସୂରଜଙ୍କ ପିତାଙ୍କ ଭନୌଲିରେ ଏକ ଛୋଟ ଦୋକାନ ଅଛି । ଗାଁ ଲୋକଙ୍କୁ  ଏବେ ବି ବିଶ୍ୱାସ ହେଉନି ଯେ, ସୂରଜ ତାଙ୍କ ମଧ୍ୟରେ ନାହାଁନ୍ତି । ସୂରଜ ସହିଦ୍ ହେବା ପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି ।

ସୂରଜଙ୍କ ପିତା ୫୧ ବର୍ଷୀୟ ନାରାୟଣ ସିଂହଙ୍କ କହିବାନୁସାରେ, ସୂରଜ ନିଜ କୋଠରୀର କାନ୍ଥରେ ‘ମାଇ ଲାଇଫ ଇଜ୍ ଆର୍ମି’ ଲେଖିଥିଲେ । ସେ ଛୋଟ ବେଳୁ ଆର୍ମିକୁ ଯିବାର ସଉକ ରଖିଥିଲେ । ପାଠପଢ଼ା ସମୟରେ ସୂରଜ ଅଲମୋଡାରେ ପ୍ରତିଦିନ ସକାଳେ କସରତ କରୁଥିଲେ । ସୂରଜଙ୍କ ଜେଜେବାପା ଆର୍ମିରେ କ୍ୟାପଟେନ୍ ରହିସାରିଛନ୍ତି । ସେ ୧୯୭୧ରେ ଭାରତ-ପାକ ଯୁଦ୍ଧ ବି ଲଢ଼ିଥିଲେ ।