ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀରେ ବୋମା ବର୍ଷା କରୁଥିଲା ଯୁଦ୍ଧ ବିମାନ । ସେତେବେଳେ ଜନ୍ମ ନେଲା ପୁତ୍ର ସନ୍ତାନ, ନାଁ ରଖିଦେଲେ ମିରାଜ୍

275

୧୪ ଫେବୃୟାରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମଙ୍ଗଳବାର ଦିନ ପାକିସ୍ତାନର ବାଲାକୋଟରେ ଜୈଶର ଠିକଣାକୁ ଭାରତୀୟ ବାୟୁସେନା ଧ୍ୱଂସ ବିଧ୍ୱଂସ କରିଥିବାରୁ ପୁରା ଦେଶରେ ଖୁସିର ମାହୋଲ ଅଛି । ଅନେକ ସ୍ଥାନରେ ଲୋକମାନେ ଖୁସିରେ ମିଠା ବାଣ୍ଟୁଛନ୍ତି । ଏମିତିରେ ରାଜସ୍ଥାନର ଏକ ସୈନିକ ପରିବାରରେ ଜନ୍ମ ହୋଇଥିବା ଶିଶୁର ନାଁ ‘ମିରାଜ’ ସିଂହ ରାଠୋଡ ରଖାଯାଇଛି ।

ମିରାଜର ଜନ୍ମ ନାଗୌର ଜିଲ୍ଲା ଡାବଡା ଗାଁରେ ହୋଇଛି । ଗାଁର ମହାବୀର ସିଂହଙ୍କ ପତ୍ନୀଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଠିକ୍ ଏହି ସମୟରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀରେ ବୋମା ବର୍ଷା କରୁଥିଲା । ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିରାଜ୍-୨୦୦୦ର ମୁଖ୍ୟ ଭୂମିକା ରହିଛି । ସେଥିପାଇଁ ପରିବାର ନବଜାତର ନାଁ ମିରାଜ ରଖିଦେଲେ ।

ନବଜାତ ଶିଶୁ ମିରାଜଙ୍କ ବଡବାପା ଭୁପେନ୍ଦ୍ର ସିଂହ ବାୟୁସେନାରେ କାର୍ଯ୍ୟରତ ଅଛନ୍ତି । ସେ ନୈନିତାଲ ବାୟୁସେନା ଷ୍ଟେସନରେ ମୁତୟନ ଅଛନ୍ତି । ସେଇଠି ମିରାଜଙ୍କ ଆଉ ଜଣେ ବଡବାପା ଏସଏସ ରାଠୋଡ ମଧ୍ୟ ଭାରତୀୟ ସେନାରୁ ସେବାନିବୃତ୍ତ ଯବାନ । ସେନା ସହିତ ଜଡିତ ଥିବାରୁ ପରିବାର ବାଲାକୋଟ୍ ଆକ୍ରମଣରେ ସାମିଲ ଯୁଦ୍ଧ ବିମାନ ନାଁରେ ନବଜାତ ଶିଶୁର ନାଁ ରଖି ନିଜର ଖୁସି ଜାହିର କରିଛନ୍ତି ।