ନା ପେଟ୍ରୋଲ ଖର୍ଚ୍ଚ ନା ଡିଜେଲ ଖର୍ଚ୍ଚ ! ଏଠାରେ ଗାଡି ଚାଲୁଛି ସମ୍ପୁର୍ଣ୍ଣ ମାଗଣା, ନିର୍ମାଣ ହୋଇଛି ସୋଲାର ରାସ୍ତା ।

53

ରାସ୍ତାରେ ଚାଲୁଥିବା ସମୟରେ ବି ଆପେ ଆପେ ଚାର୍ଜ ହୋଇପାରିବ କାର ଏବଂ ବାଇକ । ଚୀନରେ ନିର୍ମାଣ ହୋଇଛି ଏଭଳି ଏକ ହାଇୱେ ଯାହା ଉପରେ ଗାଡି ଚାଲିଲେ ଗାଡି ଆପେ ଆପେ ରିଚାର୍ଜ ହୋଇଯିବ କେବଳ ସେତିକି ନୁହେଁ ଏହି ରାସ୍ତା ସାହାଯ୍ୟରେ ୮୦୦ ଘର ସହିତ ରାସ୍ତା କଡରେ ବିନା ଖର୍ଚ୍ଚରେ ଜଳୁଛି ଲାଇଟ ।

ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ଆଖି ଆଗରେ ରଖି ଏବେ ବଡ ବଡ କମ୍ପାନୀ ମାନେ ପେଟ୍ରୋଲ ଚାଳିତ ଗାଡି ବଦଳରେ ବିଭିନ୍ନ ପ୍ରକାର ଚାର୍ଜିଂ ଗାଡି ତିଆରି କରିବାରେ ଲାଗିଲେଣି । ଏହି ଗାଡି ଗୁଡିକରେ ଚାର୍ଜିଙ୍ଗ ବ୍ୟାଟ୍ରି ଲଗାଯାଇଥାଏ । ବ୍ୟାଟ୍ରିରୁ ଚାର୍ଜ ସରିଗଲେ ପୁନର୍ବାର ଚାର୍ଜ କରିବାକୁ ପଡିଥାଏ । ସବୁଠାରୁ ବଡ କଥା ହେଲା ଏହି ବ୍ୟାଟ୍ରି ଚାଳିତ ଗାଡି ଦ୍ୱାରା ପରିବେଶ ଉପରେ କୌଣସି ପ୍ରଭାବ ପଡିନଥାଏ । ଅର୍ଥାତ ଚାର୍ଜିଙ୍ଗ ଗାଡି ଦ୍ୱାରା ପରିବେଶ ପ୍ରଦୁଷଣ ହୋଇନଥାଏ । କିନ୍ତୁ ଏଥିରେ ମଧ୍ୟ ଗୋଟିଏ ଅସୁବିଧା ରହିଛି ରାସ୍ତାରେ ଯାଉଥିବା ସମୟରେ କେଉଁଠି ଏବଂ କେତେବେଳେ ଚାର୍ଜ ସରିଯିବ ତାହା ଜଣାନଥାଏ । ପେଟ୍ରୋଲ ଟାଙ୍କି ଭଳି ଏହି ଗାଡୁ ଗୁଡିକୁ ଚାର୍ଜ କରିବା ପାଇଁ ରାସ୍ତା କଡରେ କୌଣସି ବ୍ୟବସ୍ଥା ନଥିବାରୁ ବେଳେ ଅଧ ରାସ୍ତାରେ ହଇରାଣ ହେବାକୁ ପଡିଥାଏ । କିନ୍ତୁ ଆମର ପଡୋଶି ଦେଶ ଚୀନର ଲୋକମାନଙ୍କୁ ଏପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । କାରଣ ଚୀନରେ ଏପରି ଏକ ସଡକ ତିଆରି ହେବାକୁ ଯାଉଛି ଯାହା ଏହି ଇଲୋକ୍ଟ୍ରୋନିକ କାର ଏବଂ ବାଇକ ଗୁଡିକୁ ଆପେ ଆପେ ଚାର୍ଜ କରିଦେବ ।

ପ୍ରକୃତରେ ଚୀନରେ ଏପରି ଏକ ହାଇୱେ ନିର୍ମାଣ ହେବାକୁ ଯାଉଛି ଯାହା ଏହି ରାସ୍ତା ଉପରେ ଚାଲୁଥିବା କାର ଗୁଡିକୁ ଏକ ଅଭିନବ ଟେକ୍ନିକରେ ଚାର୍ଜ କରିପାରିବ । ଏହି ରାସ୍ତା ତିଆରି ହେବା ପାଇଁ ସୋଲାର ପ୍ଲେଟ, ହାଇୱେ ସେନ୍ସର ଏବଂ ୱେୟାରଲେସ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । କେବଳ ସେତିକି ନୁହେଁ ଏହି ସୋଲାର ରାସ୍ତାରେ ଜାତାୟତ କରୁଥିବା ପ୍ରତ୍ୟେକଟି କାର ଏବଂ ବାଇକୁ ଚାର୍ଜ କରିବା ସହ ଗାଡି ଗୁଡିକର ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରିପାରିବ ଏହି ରୋଡରେ ଲାଗିଥିବା ସେନ୍ସର ।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତାର ଦୁରତା ପ୍ରାୟ ୧,୦୮୦ ମିଟର ରହିଛି । ପ୍ରତିଦିନ ଏହି ରାସ୍ତାରେ ପାଖାପାଖି ୪୫ ହଜାରୁ ଅଧିକ ଗାଡି ଜାତାୟତ କରୁଛନ୍ତି । ସୋଲାରରେ ତିଆରି କରାଯାଇଥିବା ରାସ୍ତା କେବଳ କାର ବାଇକକୁ ଚାର୍ଜ କରିନଥାଏ ଏଥିରେ ପ୍ରାୟ ୮୦୦ ଘର ଆଲୋକିତ ହେବା ସହ ରାସ୍ତା କଡରେ ଥିବା ଲାଇଟ ଗୁଡିକ ମଧ୍ୟ ଜଳିଥାଏ ।