ସ୍କୁଲ ଶିକ୍ଷକ ନିର୍ମାଣ କଲେ ଏକ ଅଭିନବ ମୋଟରସାଇକେଲ : ବିନା ପେଟ୍ରୋଲରେ ଘୋଡା ବେଗରେ ଦୌଡୁଛି ବାଇକ୍

218

ଶୁଭମୟ ବିଶ୍ୱାସ ପେଶାରେ ଜଣେ ସ୍କୁଲ ଶିକ୍ଷକ ଓ ଛୋଟବେଳୁ ବିଜ୍ଞାନ ପ୍ରତି ତାଙ୍କର ଆକର୍ଷଣ ରହିଛି । ସ୍କୁଲ ସମୟରୁ ହିଁ ବିଜ୍ଞାନ ସହିତ ଜଡିତ ଭିନ୍ନ ଭିନ୍ନ ସମାଗ୍ରୀ ଗୁଡିକ ସହିତ ଶୁଭମୟ କିଛି କିଛି ଅନୁସଂଧାନ କରନ୍ତି ଏବଂ ଆଜି ସବୁ ଉପକରଣରୁ ତାଙ୍କୁ ସଫଳତା ପ୍ରାପ୍ତ ହୋଇଛି । ଯେତେବେଳେ ସେ ସୋଲାର ଦ୍ୱାରା ଚାଲୁଥିବା ମୋଟରବାଇକର ନିର୍ମାଣ କରିଛନ୍ତି ।

ଏହା ପୂର୍ବରୁ ଶୁଭମୟ ବ୍ୟାଟେରୀ ଚାଳିତ ସାଇକେଲର ମଧ୍ୟ ନିର୍ମାଣ କରିଛନ୍ତି । ମୂଳତଃ ପରିବେଶରେ ବ୍ୟାପୁଥିବା ପ୍ରଦୂଷଣକୁ ଧ୍ୟାନରେ ରଖି ସେ ଏକ ପ୍ରଶଂସନୀୟ କାମ କରିଛନ୍ତି । କିଛି ଦିନ ହେବ ବଙ୍ଗଳା ହେଉ କିମ୍ବା ଦିଲ୍ଲୀ ସହରରେ ପ୍ରଦୂଷଣର ମାତ୍ରା ପୂର୍ବରୁ ହିଁ ବହୁତ ଅଧିକ ବଢ଼ିଯିବା କାରଣରୁ ଲୋକଙ୍କୁ ରହିବାରେ ଅସୁବିଧା ହେଉଛି । ଶୁଭମୟଙ୍କ ହିସାବରେ ଏହି ମୋଟରସାଇକେଲ ଦ୍ୱାରା କିଛି ମାତ୍ରାରେ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ । କାହିଁକିନା ଏହି ବାଇକରୁ ପ୍ରଦୂଷଣ ନାମକୁ ମାତ୍ର ବାହାରିବ । ତାଙ୍କୁ ଆଶା ଅଛି ଯେ, ବିଜ୍ଞାନର ଦୁନିଆରେ ଏହି ମୋଟରବାଇକ୍ ଏକ କ୍ରାନ୍ତି ଆଣିବ । ଏହି ମୋଟର ସାଇକେଲକୁ ତିଆରି କରିବା ପାଇଁ ୮ମାସ ଲାଗିଲା ।

ଏହି ମୋଟର ସାଇକେଲର ନାଁ ସନ୍ ପାୱାର ମୋଟରବାଇକ୍ ରଖାଯାଇଛି । ଏହାର ଗତି ୫୦ରୁ ୬୦ କିମି ପ୍ରତି ଘଣ୍ଟା ହେବ । କିନ୍ତୁ ଏହାକୁ ୬୦ରୁ ୭୦ ପ୍ରତି ଘଣ୍ଟା ବେଗରେ ବି ଚଲାଇପାରିବେ । ଗୋଟିଏ ଥର ଫୁଲ ଚାର୍ଜ କରିବା ପରେ ହିଁ ଏହା ଭଲ ଭାବରେ ଚାଲିବ । ଶୁଭମୟଙ୍କୁ ବିଶ୍ୱାସ ଅଛି ଯେ, ଏହା ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ଶୁଭମୟଙ୍କ ଏହି ଆବିଷ୍କାରକୁ ବହୁତ ପ୍ରଶଂସା କରାଯାଉଛି ।