ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ପାଇଁ ମିଳିଲା ପ୍ରୋତ୍ସାହନ ! ସୋଲାର ଆମ୍ବାସଡର ହେଲେ ମାଲକାନଗିରିର ଆଦିବାସୀ ଛାତ୍ରଛାତ୍ରୀ ।

54

କନକ ବ୍ୟୁରୋ : ଗୋଟିଏ ଦିନରେ ଲକ୍ଷାଧିକ ସୋଲାର ଲାଇଟ ପ୍ରସ୍ତୁତ କରି ଗିନିଜ ବୁକ ଅଫ ଓାର୍ଲଡ୍ ରେକର୍ଡ କରିଛି ଭାରତ । ଏହି ବିଶାଳ ରେକର୍ଡରେ ସାମିଲ ହୋଇଛନ୍ତି ଆଦିବାସୀ ମହୁଳ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ । ଆଇ.ଆଇ.ଟି ମୁମ୍ବାଇ ଓ ଭାରତ ସରକାରଙ୍କ ନୂତନ ଏବଂ ନବୀକରଣ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ୧୦୦ଟି ସୌର ଚାଳିତ ଲ୍ୟାମ୍ପ ତିଆରି କରି ଏହି ବିରଳ ବିଶ୍ୱ ରେକର୍ଡର ଅଂଶ ବିଶେଷ ହୋଇଥିବା ଆଦିବାସୀ ଛାତ୍ରଛାତ୍ରୀ  ଜଣେ ଜଣେ ସୋଲାର ଲାଇଟ ଆମ୍ବାସଡର ହୋଇପାରିଛନ୍ତି ।

ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରୋତ୍ସାହନ । ସୋଲାର ଆମ୍ବାସଡର ଆଦିବାସୀ ଛାତ୍ରଛାତ୍ରୀ । ନବିକରଣ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ୧ ଲକ୍ଷ ୨୬ ହଜାର ସୌର ଚାଳିତ ଲ୍ୟାମ୍ପ ତିଆରି କରି ଗିନିଜ ବୁକ ଅଫ ଓାର୍ଲଡ୍ ରେକର୍ଡ କରିଛି ଭାରତ । ଦେଶର ମୋଟ ୬୫୦ଟି ବିଦ୍ୟାଳୟର ଏକ ଲକ୍ଷ ଛାତ୍ରଛାତ୍ରୀ ଗୋଟିଏ ଦିନରେ ଏହି ସୋଲାର ଲାଇଟ୍ ପ୍ରସ୍ତୁତ କରିଛନ୍ତି ।

ଆଉ ଏହି ରେକର୍ଡ ହାସଲ କ୍ଷେତ୍ରରେ ଆଦିବାସୀ ବହୁଳି ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ଭୂମିକା ରହିଛି । ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ ଗୋଟିଏ ଦିନରେ ୧୦୦ଟି ସୌର ଚାଳିତ ଲାଇଟ୍ ପ୍ରସ୍ତୁତ କରି  ନୁତନ ଜ୍ଞାନ କୌଶଳ ସିଖିବା ସହ ଜଣେ ଜଣେ ସୋଲାର ଆମ୍ବାସଡର ହୋଇପାରିଛନ୍ତି । ଏହି ତାଲିମ ପ୍ରାପ୍ତ ୨୦୦ ସୋଲାର ଆମ୍ବାସଡର ଆଗକୁ ଅନ୍ୟଙ୍କୁ ସୌର ଲ୍ୟାମ୍ପ ପ୍ରସ୍ତୁତ ଦିଗରେ  ପ୍ରଶିକ୍ଷଣ ଦେବା ସହ ଗାଁ ଗାଁରେ ସୌରଶକ୍ତିର ବହୁଳ ବ୍ୟବହାର ବାବଦରେ ବୁଝାଇବେ ।

ସୌର ଶକ୍ତିର ବ୍ୟବହାର ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ନୂତନ ଏବଂ ନବୀକରଣ ଶକ୍ତି ମନ୍ତ୍ରାଳୟ ଓ ଆଇ.ଆଇ.ଟି ମୁମ୍ବାଇ ଏହି ସୋଲାର ଲାଇଟ୍ ପ୍ରସ୍ତୁତ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଆଇ.ଆଇ.ଟି ମୁମ୍ବାଇରେ ଗୋଟିଏ ଦିନରେ ୫ହଜାର ୮ଶହଟି ସୋଲାର ଲାଇଟ ତିଆରି କରାଯାଇଥିଲା । ଆଦିବାସୀ ବହୁଳ ଜିଲ୍ଲାର ପିଲାମାନେ ଏହି ଷ୍ଟୁଡେଂଟ୍ ସୋଲାର ଆମ୍ବାସଡର କାର୍ଯ୍ୟକର୍ମରେ ଭାଗ ନେଇ ବେଶ ଉତ୍ସାହିତ ଅଛନ୍ତି । ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ପ୍ରାୟ ସମସ୍ତ ଗାଁରେ ବିଦ୍ୟୁତ ପହଁଚି ନି ସତ । ହେଲେ ସୌର ଶକ୍ତି ଦ୍ୱାରା ଅନ୍ଧାରି ଗାଁ ମଧ୍ୟ ଆଲୋକିତ ହୋଇ ପାରିବ ।