ଅନ୍ଧାରୀ ଇଲାକାରେ ଆଲୁଅ

45

ଅନ୍ଧାରୀ ଇଲାକାରେ ବିଜୁଳି ଆଲୁଅ । ଆଶାର ନୂଆଁ କିରଣ ନେଇ ଆସିଛି ବିଦ୍ୟୁତ୍ ସଂଯୋଗ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସମ୍ବଲପୁର ଜିଲ୍ଲା ଚାଷ ମରୁଡ଼ି ଗାଁରେ ଲାଗିଛି ସୋଲାର୍ ଲାଇଟ୍ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ବତୀଘର ପକ୍ଷରୁ ଗାଁରେ ଲାଗିଛି ଏହି ସୋଲାର୍ ଲାଇଟ୍ । ପ୍ରତ୍ୟେକ ଘରକୁ ଦୁଇଟି ବଲ୍ ଓ ମୋବାଇଲ୍ ଚାର୍ଜର କନେକସନ ଦିଆଯାଇଛି । ଆଉ ଏହି ପ୍ରକଳ୍ପ ପାଇଁ ସମୁଦାୟ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ଅନ୍ୟପଟେ ସ୍ୱାଧୀନତାର ଏତେ ବର୍ଷ ପରେ ଗାଁରେ ପ୍ରଥମଥର ପାଇଁ ପଡ଼ିଛି ଜଣେ ଜନପ୍ରତିଧିନିଙ୍କ ପାଦ ।

ସଂଜ ନଇଁଲେ ଗାଁରେ ବଢ଼ିଯାଉଥିଲା ଭୟ । ଗୋଟିଏ ପଟେ ଜଙ୍ଗଲି ଜୀବଜନ୍ତୁ ଭୟ, ଅନ୍ୟପଟେ ଲାଲବାହିନୀର ଆତଙ୍କ । ହେଲେ ଏହି ବିଜୁଳି ଆଲୁଅ ଟିକକ ଗାଁର ସବୁ ଦୁଖ ଭୁଲାଇ ଦେଇଛି ।

ବିଳମ୍ବରେ ହେଲେ ବି ଚାଷ ମରୁଡ଼ି ଗାଁର ଲୋକେ ଦେଖିଛନ୍ତି ବିଜୁଳି ଆଲୁଅ । ହେଲେ ଏବେବି ରାଜ୍ୟରେ ଏମିତି ଅନେକ ଗାଁ ଅଛି, ଯେଉଁଠି ଆଜି ବି ବିଜୁଳି ଆଲୁଅ ସାତସପନ ।