ସୋହା-କୁନାଲ ଖୋଲିଲେ ଫିଲ୍ମ ପ୍ରଡକ୍ସନ କଂପାନୀ ! ପ୍ରସିଦ୍ଧ ଓକିଲ ରାମ ଜେଠମଲାନିଙ୍କ ଜୀବନୀକୁ ନେଇ କରିବେ ଫିଲ୍ମ

61

ସୈଫ ଅଲି ଖାନଙ୍କ ଭଉଣୀ ସୋହା । ସ୍ୱାମୀ ବା ଅଭିନେତା କୁନାଲ ଖେମୁଙ୍କ ସହ ଗୋଟିଏ ପ୍ରଡକସନ ହାଉସ ଆରମ୍ଭ କରିଛନ୍ତି । ଏହାର ନାମ ‘ରେନେଗେଡ ଫିଲ୍ମସ’ ରଖାଯାଇଛି । ସୂଚନା ମୁତାବକ,ଏହି ପ୍ରଡକସନ ହାଉସର ପ୍ରଥମ ଫିଲ୍ମ ବାୟୋପିକ୍ ହେବ । ଯାହା ପ୍ରସିଦ୍ଧ ଓକିଲ ବା ରାଜନେତା ରାମ ଜେଠମଲାନିଙ୍କ ଉପରେ ନିର୍ମାଣ କରାଯିବ ।

ଗଣମାଧ୍ୟମ ଖବର ଅନୁସାରେ ସୋହା କହିଛନ୍ତି, ଓକିଲ ବା ରାଜନେତା ଜେଠମଲାନିଙ୍କ ଜୀବନଶୈଳୀ ଉପରେ ଦୁଇ ଘଂଟା ସମୟର ବାୟୋପିକ କରାଯିବ । ଦୁଇ ଘଂଟା ସମୟ ପାଇଁ ବହୁତ କଷ୍ଟ କରିବାକୁ ପଡିବ । ତାଙ୍କ କହିବା କଥା ଜେଠମଲାନିଙ୍କ ଜୀବନରେ ଘଟିଥିବା କୌଣସି ବି ତତ୍ୱକୁ ଛଡା ଯିବ ନାହିଁ । ସେଥିପାଇଁ ଏହି ଫିଲ୍ମ ବନେଇବା ପାଇଁ ବହୁତ କଷ୍ଟ କରିବାକୁ ପଡିବ ।

ମିଳିଥିବା ଖବର ମୁତାବକ, ସୋହା ଏହି ବାୟୋପିକର କୋ-ପ୍ରଡ୍ୟୁସର ଅଛନ୍ତି । ରୋମି ସ୍କୃବାଲା ଭଳି ମୋତେ ଏକ ଭଲ ଜୀବନ ସାଥୀ ମିଳିଛି ବୋଲି କହିଛନ୍ତି ସୋହା ।ଏହି ଫିଲ୍ମକୁ କାମ ବହୁତ ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ନର୍ଦ୍ଦେଶକ ସହ କଥାବାର୍ତ୍ତା ହେବେ ବୋଲି କହିଛନ୍ତି ସୋହା ।

ଏହି ବାୟୋପିକର କାହାଣୀ ବହୁତ ଭଲ ହେବ, କାରଣ ଏହା ଏକ ଭଲ ଜୀବନଶୈଳୀ ଉପରେ ଆଧାରିତ ବାୟୋପିକ କରାଯାଉଛି । ଜେଠମଲାନି ୯୪ ବର୍ଷ ହୋଇଥିଲା ବେଳେ ତାଙ୍କ କ୍ୟାରିୟରର ୭୦ ବଷର୍କୁ ନେଇ ଏହି କାହାଣୀ ରହିଛି । ରାମଜେଠଲାନିଙ୍କ ଜୀବନଶୈଳୀକୁ ନେଇ ଫିଲ୍ମ କରିବା ଏତେ ସହଜ ନୁହେଁ । କିନ୍ତୁ ଏହା ଏକ ଭଲ କାହାଣୀ । ସେଥିପାଇଁ ଏହି କାହାଣୀ ଉପରେ ନିର୍ମାଣ କରାଯାଉଛି ବାୟୋପିକ । ଏହି ଫିଲ୍ମରେ ସୋହାଙ୍କ ସ୍ୱାମୀ କୁନାଲ ଓକିଲ ଜେଠମଲାନୀର ରୋଲ କରୁଛନ୍ତି ।