ମା’ ହେଲେ ସୋହା ଅଲ୍ଲୀ ଖାନ୍

73

ପଟୌଦି ପରିବାରେ ଏବେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସମସ୍ତେ ବେଶ୍ ଖୁସି ଅଛନ୍ତି । ତେବେ ପଟୌଦି ପରିବାରର ଖୁସିର କାରଣ ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ । ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ତଥା ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍ ମା’ ହୋଇଛନ୍ତି । ଆଜି ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ସୋହାଙ୍କ ସ୍ୱାମୀ କୁନାଲ ଖେମୁ ଟ୍ୱିଟ୍ କରି ଶେୟାର କରିଛନ୍ତି । ନବରାତ୍ରୀ ଅବସରରେ ସୋହାଙ୍କ କୋଳକୁ ଏକ ଝିଅ ଆସିବା ନିହାତି ଏକ ଶୁଭ ସଙ୍କେତ । କୁନାଲ କହିଛନ୍ତି ସୋହା ଓ ଶିଶୁକନ୍ୟା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସୂଚନାଯୋଗ୍ୟ କୁନାଲ ଖେମୁ, ସୋହାଙ୍କୁ ୨୦୧୪ରେ ପ୍ୟାରିସରେ ପ୍ରପୋଜ କରିଥିଲେ । ପ୍ୟାରିସରେ ହିଁ ଉଭୟ ନିର୍ବନ୍ଧ କରିନେଇଥିଲେ ।

ଏହାପରେ ୨୦୧୫ ଜାନୁୟାରୀ ଉଭୟେ ବିବାହ କରିଥିଲେ । ତେବେ ସୋହା ଗର୍ଭାବସ୍ଥାରେ ନିଜର ଅନେକ ଫଟୋ ସୋସିଆଲ ମିନିଆରେ ଶେୟାର କରୁଥିଲୋ । ଉଭୟ ସୋହ ଓ କୁନାଲ ୯ ବର୍ଷ ଧରି ପ୍ରେମ ସର୍ମ୍ପକରେ ଥିଲେ । ବିଗତ ବର୍ଷ ଡିସେମ୍ବର ମାସରେ କରୀନା କପୁର ତୈମୁରଙ୍କୁ ଜନ୍ମ ଦେଇଥିଲେ । ଏବେ ପଟୌଦି ପରିବାରକୁ ଆଉ ଜଣେ ନୂଆ ସଦସ୍ୟ ଆସିଗଲେ । କୁନାଲ ଏବେ ଝିଅର ନାମ ବିଷୟରେ କିଛି କହିନାହାନ୍ତି । ତେବେ ଆଶା କରାଯାଉଛି ଝିଅର ନାମ ସହ ଫଟୋ ମଧ୍ୟ ଖୁବ ଶୀଘ୍ର ଶେୟାର କରିବେ କୁନାଲ । ତେବେ କୁନାଲଙ୍କର ଆଗାମୀ ସିନେମା ଗୋଲମାଲ କୁ ନେଇ ସେ ବେଶ୍ ଉତ୍ସାହିତ ବୋଲି ଜଣାପଡ଼ିଛି ।