କନ୍ଧମାଳରେ ଏସଓଜି-ମାଓବାଦୀ ମୁହାଁମୁହିଁ : ବହୁ ବିସ୍ଫୋରକ ସାମଗ୍ରୀ ଓ ପୁରୁଣା ନୋଟ ଜବତ

31

କନ୍ଧମାଳ : କନ୍ଧମାଳରେ ଏସଓଜି-ମାଓବାଦୀ ମୁହାଁମୁହିଁ । ବେଲଘର ଥାନା ଲଙ୍କାଗଡ ଜଙ୍ଗଲରେ ଏସଓଜି ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ମାଓ କ୍ୟାମ୍ପ ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଅତର୍କିତ ଆକ୍ରମଣ କରିଛନ୍ତି ଏସଓଜି ଯବାନ ।

ଏହି ଏନକାଉଂଟରରେ ଗୁଳି, ବହୁ ସାମଗ୍ରୀ ଓ ପୁରୁଣା ନୋଟ ଜବତ ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ପିନାକ ମିଶ୍ର । ତେବେ ମାଓ କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀ ଥିବା ଅନୁମାନ କରାଯାଉଛି ।