ନିଜ କାମରେ ଆସୁନଥିବା ମହିଳାଙ୍କୁ ପସନ୍ଦ କରନ୍ତି ନାହିଁ ସଲମାନ୍ : ସୋଫିଆ ହୟାତଙ୍କ ଚାଂଚଲ୍ୟକର ବୟାନ୍

37

ଭାଇଜାନ୍ ସଲମାନ୍ ଖାନଙ୍କୁ ନେଇ ଚାଂଚଲ୍ୟକର ବୟାନ୍ ଦେଇଛନ୍ତି ମଡେଲ ତଥା ପୂର୍ବତନ ବିଗ୍ ବସ ପ୍ରତିଯୋଗୀ ସୋଫିଆ ହୟାତ୍ । ସୋଫିଆ କହିଛନ୍ତି, ସଲମାନ୍ ମହିଳା ମାନଙ୍କୁ ସେପର୍ଯ୍ୟନ୍ତ ପସନ୍ଦ କରନ୍ତି ନାହିଁ ଯେପର୍ଯ୍ୟନ୍ତ ସେ ତାଙ୍କର କୌଣସି କାମରେ ନ ଆସିଛନ୍ତି । ଏପରିକି ସଲମାନ୍ ମହିଳାଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରନ୍ତି ।

ନିକଟରେ ଏକ ସାକ୍ଷାତକାରରେ ସୋଫିଆ ବିଗ୍ ବସ ଚଳିତ ସିଜିନର ପ୍ରତିଯୋଗୀ ସ୍ୱାମୀ ଓମକୁ ସମର୍ଥନ କରି ଏପରି କହିଛନ୍ତି । ବିଗ ବସ୍ ଘରେ ତାଙ୍କ ସହ ହୋଇଥିବା ଖରାପ ବ୍ୟବହାରକୁ ମଧ୍ୟ ଖୋଲିକି କହିଛନ୍ତି ସୋଫିଆ । ଅରମାନ୍ କୋହଲିଙ୍କ ସହ ତାଙ୍କର ଝଗଡା ହେଲେ ସଲମାନ୍ କେବେ ବି ତାଙ୍କର ସମର୍ଥନ କରି ନାହାଁନ୍ତି । ବରଂ ଅରମାନଙ୍କ ପକ୍ଷ ନିଅନ୍ତି । ସଲମାନ୍ ଯଦି ଚାହିଁଥାନ୍ତେ ଏହି ସୋ’ ଜରିଆରେ ସମସ୍ତଙ୍କୁ ଦେଖାଇ ପାରିଥାନ୍ତେ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ଠିକ୍ ନୁହେଁ । ହେଲେ ସେ ଏପରି କଲେନି ।

ସୋଫିଆ ହୟାତ୍ ନିକଟରେ ନନ୍ ହେବା ସହ ନିଜ ବୋଲ୍ଡ ଫଟୋ ସେୟାର୍ କରି ଚର୍ଚ୍ଚିି ହୋଇଥିଲେ । ତେବେ ଏବେ ଦେଖିବାକୁ ବାକି ରହିଲା ସୋଫିଆଙ୍କ ଏପରି ବିବାଦୀୟ ମନ୍ତବ୍ୟରେ ସଲମାନ ଖାନ୍ କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।