ସୋସିଆଲ ମିଡିଆରେ ଦକ୍ଷ ବ୍ୟକ୍ତିଙ୍କୁ ଟେଲିକମ୍ କଂପାନୀ ଦେଉଛି ନିଯୁକ୍ତି ! ମିଳିବ ମୋଟା ଅଙ୍କର ଦରମା

38

ଏହି ବର୍ଷ ଜାନୁୟାରୀରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନିଜର ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର ଠାରୁ ଟ୍ୱିଟରରେ ସାହାଯ୍ୟ ମାଗିଥିଲା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂପାନୀମାନେ ମଧ୍ୟ ନିଜର ସେବା ଅଫର କରିବାକୁ ଲାଗିଥିଲେ । କ୍ୟାସଲେସ୍ ଇକୋନୋମିର ପୋଷ୍ଟର ବୟ ବିଜୟ ଶେଖର ଶର୍ମା ଯେତେବେଳେ ଏହି କଥା ଦର୍ଶାଇଥିଲେ ,ତାଙ୍କର ସର୍ଭିସ୍ ପ୍ରୋଭାଇଡର ଆଡିସନାଲ୍ ଡାଟା ଦେଇଥିଲେ । ଅନ୍ୟ କଂପାନୀ ମଧ୍ୟ ଭଲ ଅଫର ବର୍ଷା କରିଥିଲେ ।

ଗ୍ରାହକଙ୍କୁ ଶୀଘ୍ର ସେବା ପାଇଁ ସବୁ କଂପାନୀ ଫେସବୁକ୍ ,ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ବଢାଇଦେଇଛନ୍ତି । ଟେଲିକମ୍ କଂପାନୀରେ , ଯେଉଁଠି ଏବେ ଅଧିକ ମାର୍କେଟ ଶେୟାର ହାସଲ କରିବା ପାଇଁ ଜୋରଦାର ପ୍ରତିଯୋଗୀତା ଲାଗିଛିି । ଏହି ପ୍ଲାଟଫର୍ମକୁ ବ୍ୟବହାର କରି ପ୍ରଡକ୍ଟ ବିକିବା , କଷ୍ଟମର୍ସଙ୍କ ସହ ସଂପର୍କ ରଖିବା ଓ ସେମାନଙ୍କର ସୁବିଧା-ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ଉପଯୋଗ କରାଯାଉଛି ।

ଟେଲିକମ୍ କଂପାନୀଗୁଡିକର ସୋସିଆଲ ମିଡିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ପଦକ୍ଷେପ ଓ ଅନ୍ୟ କଂପାନୀମାନଙ୍କ ଅସନ୍ତୁଷ୍ଟ ଗ୍ରାହକମାନଙ୍କୁ ନଜରରେ ରଖି ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଦେଇଥାନ୍ତି । ଟିମ୍ ର ଆଶା ଗ୍ରାହକମାନଙ୍କର ସବୁ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ । ଏଥିପାଇଁ କଂପାନୀମାନେ ସୋସିଆଲ ମିଡିଆ ଆନାଲିଷ୍ଟମାନଙ୍କୁ ଚୟନ କରି ଭଲ ବେତନ ଦେଇ ପ୍ରସ୍ତୁତ କରୁଛନ୍ତି ।

ଟେକ୍ନୋଲଜି ରିସର୍ଚ୍ଚ ଫର୍ମ ଗାର୍ଟନରର ରିସର୍ଚ୍ଚ ଡାଇରେକ୍ଟର ଅଂଶୁଲ ଗୁପ୍ତା କହିିଛନ୍ତି, ‘ଟେଲିକମ୍ କଂପାନୀମାନେ ସବୁବେଳେ ଗ୍ରାହକଙ୍କ ସହ ଚତୁରତାର ସହ କାମ କରୁଛନ୍ତି ଓ ସ୍ମାର୍ଟ ସେଂଟରର କାମ ଏବେ ସୋସିଆଲ ମିଡିଆ ଯାଏ ପହଁଚିସାରିଲାଣି ଟେଲିକମ୍ , ବ୍ୟାଙ୍କ ଓ କଂଜ୍ୟୁମର ଆପ୍ଲାଏଂସେସ୍ ବିଜିନେସକୁ ଗ୍ରାହକଙ୍କ ସହ ଯୋଡିବାରେ ଏହି ଟିମର ଭୂମିକା ରହିଛି । ଯାହାକି ଭୂଲ ବାରମ୍ବାର ନହେବା ଓ ଶୀଘ୍ର ପ୍ରତିକ୍ରିୟା ଦେବାର ପ୍ରଶିକ୍ଷଣ ଦିଆଯାଇଥାଏ । ’

ଭାରତର ସବୁଠୁ ବଡ ଟେଲିକମ୍ ଭାରତୀ ଏୟାରଟେଲ୍ ଅନୁସାରେ, ସୋସିଆଲ୍ ମିଡିଆ କଂପାନୀ ଚ୍ୟାନେଲ୍ କଂପାନୀର ପ୍ରାଥମିକତା ଉପରେ ,ମାର୍କେଟିଂ ଚ୍ୟାନେଲରୁ ଏକ୍ସପେରିଏନ୍ସ ଚ୍ୟାନେଲକୁ ବଦଳୁଅଛି । ଆଉ ଏହା ସୋସିଆଲ ମିଡିଆ ଦ୍ୱାରା ପ୍ରଚାର ପ୍ରସାର କରାଯାଉଛି । ଭୋଡାଫୋନ୍ ମାର୍କେଟିଂ ଏଗଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଂଟ ସିଦ୍ଧାର୍ଥ ବାନାର୍ଜୀ କୁହନ୍ତି , ତାଙ୍କର କଂପାନୀର ସୋସିଆଲ ମିଡିଆ ଟିମ୍ ସୁନିଶ୍ଚିତ କରିଛନ୍ତି ଯେ, ଗ୍ରାହକଙ୍କର ସବୁ ପ୍ରଶ୍ନର ଉତ୍ତର ୧୫-୨୦ ମିନିଟ୍ ଭିତରେ ଦିଆଯାଉ । ବଜାରରୁ ନୂଆ ପ୍ରବେଶ କରିଥିବା ରିଲିଏନ୍ସ ଜିଓ ମଧ୍ୟ ନିଜର ସୋସିଆଲ ମିଡିଆ ଟିମ୍ ଅଛି । ସେମାନେ ସେହି ସମ୍ବନ୍ଧୀୟ ଯେକୈାଣସି ସମସ୍ୟାର ତୁନ୍ତ ସମାଧାନ ଦେଉଛନ୍ତି ଓ ଗ୍ରାହକଙ୍କୁ ଭଲ ସର୍ଭିସ୍ ପ୍ରଦାନ କରୁଛନ୍ତି । ଜିଓର ଆପ୍ସ ଭଳି ଜିଓ ମ୍ୟୁଜିକ୍ ର ମଧ୍ୟ ନିଜର ଅଲଗା ସୋସିଆଲ ମିଡିଆ ଟିମ୍ ଅଛନ୍ତି । ଏଣୁ ସୋସିଆଲ ମିଡିଆର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଟେଲିକମ କଂପନୀମାନେ ଏବେ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ।

ଟେଲିକମ୍ କଂପାନୀମାନେ ସୋସିଆଲ୍ ମିଡିଆ ଆନାଲିଷ୍ଟମାନଙ୍କୁ ମୋଟା ଅଙ୍କର ଦରମା ଦେବାକୁ ପ୍ରସ୍ତୁତ ଅଛନ୍ତି । ଏଗଜିକ୍ୟୁଟିଭ୍ ସର୍ଚ୍ଚ ଫର୍ମ ଇମା ପାର୍ଟନର୍ସ ଅନୁସାରେ ତାଙ୍କୁ ଭାରତୀୟ କଂପାନୀମାନଙ୍କ ସହମତି ହୋଇଛି କି ସୋସିଆଲ ମିଡିଆ ଏକ୍ସପର୍ଟ୍ସଙ୍କୁ ଚୟନ କରିବେ ଓ ଯାହାଙ୍କ ଦରମା ବାର୍ଷକ ୯୬ ଲକ୍ଷରୁ ୧.୬ କୋଟି ଟଙ୍କା ଯାଏ ହୋଇପାରିବ । (ସୌଜନ୍ୟ – ନବ ଭାରତ ଟାଇମ୍ସ)