ଭିଡିଓ ଜାରି କଲେ ପପୁ ପମପମ । କହିଲେ ମୁଁ ଭଲ ଅଛି, ସୋସିଆଲ ମିଡିଆରେ ଗୁଜବ ବୁଲୁଛି

39

କନକ ବ୍ୟୁରୋ: କମେଡି କିଙ୍ଗ୍ ପପୁ ପମପମଙ୍କୁ ନେଇ ସୋସିଆଲ ମିଡିଆରେ କରାଯାଉଛି ଅପପ୍ରଚାର । ସୋସିଆଲ ମିଡିଆରେ ପପୁଙ୍କ ମୃତ୍ୟୁ ଖବର ନେଇ ଗୁଜବ ଖେଳିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍ । ପପୁ ଏକ ଭିଡିିଓ ଜାରି କରି କହିଛନ୍ତିି ତାଙ୍କ ନାଁରେ ମିଛ ଅପପ୍ରଚାର କରାଯାଉଛି । ଯେତେ ପ୍ରଚାର କରିବେ ତାଙ୍କର ଆୟୁଷ ସେତେ ବଢ଼ିବ । ଦିଲ୍ଲୀ ଏମ୍ସ ଯିବା ଘଟଣାରେ ସେ କହିଛନ୍ତି ସେ ମାସିକ ରୁଟିନ୍ ଚେକ୍ଅପ୍ ପାଇଁ ଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ଯାଇଥିଲେ । ଏହା ଭିତରେ ତାଙ୍କ ନାଁରେ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି । ସେ ପ୍ରାନକ୍ରିୟାସ ସଂକ୍ରମଣ ଜନିତ ରୋଗରେ ପୀଡିତ ଅଛନ୍ତି । ସେଥିପାଇଁ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି । ତେବେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ନିଜେ ଜାରି କରିଥିବା ଏକ ମୋବାଇଲ ଭିଡିଓରେ କହିଛନ୍ତି ।

papuଗତ ମେ’ ମାସ ୧୫ ତାରିଖରେ ଦିଲ୍ଲୀ ସ୍ଥିତ ଏମସକୁ ପପୁଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ପପୁ ସୁଟିଂ ସେଟରୁ ଫେରିବାବେଳେ ହଠାତ୍ ଅସୁସ୍ଥ୍ ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ଦିଲ୍ଳୀ ଏମସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ପାନକ୍ରିୟାସ ଜନିତ ରୋଗର ଶିକାର ହୋଇଥିବା ଜଣାପଡିଥିଲା । ସେ ଗ୍ୟାଷ୍ଟ୍ରୋଏଂଟୋଲୋଜି ବିଭାଗ ଆସିୟୁରେ ଚିକିତ୍ସିତ ହେଉଥିଲେ । ଜୁଲାଇ ୧୦ତାରିଖରେ ପପୁ ସୁସ୍ଥ ହୋଇ ଫେରିବା ପରେ ସୋସିଆଲ ମିଡିଆରେ ତାଙ୍କ ଭଲ ହେବା ଖବର ନିଜେ ଏକ ଭିଡିଓ ମାଧ୍ୟମରେ ଜାରି କରିଥିଲେ । ତେବେ ରୁଟିନ୍ ଚେକଅପ୍ ପାଇଁ କିଛି ଦିନ ତଳେ ପପୁ ପୁଣି ଦିଲ୍ଳୀ ଚିକିତ୍ସିତ ହେବାକୁ ଯାଇଥିଲେ । ଏହା ପରେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁ ଖବରକୁ ନେଇ ଅପପ୍ରଚାର କରାଯାଇଥିଲା । ଯାହାକୁ ନେଇ ଖୋଦ୍ ପପୁ ଆଜି ଏକ ଭିଡିଓ ଜରିଆରେ ସୁସ୍ଥଥିବା କହିଛନ୍ତି ।