ସୋସିଆଲ୍ ମିଡ଼ିଆର ଖୁବ୍ ପ୍ରଶଂସା କଲେ କ୍ୟାଟ୍ରିନା ! କହିଲେ , ଏହା ମୋତେ ଲୋକଙ୍କ ସହ ଯୋଡ଼ିଦେଇଛି

29

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜ ଆଗାମୀ ଫିଲ୍ମ ‘ଜଗା ଜାସୁସ୍’ ର ପ୍ରମୋସନରେ ଏବେ ଖୁବ୍ ବ୍ୟସ୍ତ । ଫିଲ୍ମର ପ୍ରମୋସୋନାଲ ସାକ୍ଷାତକାର ବେଳେ ନବଭାରତ ଟାଇମ୍ସକୁ ସୋସିଆଲ୍ ମିଡ଼ିଆର ମହତ୍ତ୍ୱ ବିଷୟରେ କହିଛନ୍ତି । ଏହା ତାଙ୍କ ଜୀବନରେ ଖୁବ୍ ପ୍ରଭାବ ପକାଇଛି ବୋଲି କହିଛନ୍ତି । କ୍ୟାଟ୍ରିନା କହିଛନ୍ତି , ପୂର୍ବରୁ ସେ ସୋସିଆଲ ମିଡ଼ିଆକୁ ଏତେ ଜରୁରୀ ମନେକରୁନଥିଲେ । କିନ୍ତୁ ସମୟ ବଦଳିବା ସହ ଏହାର ଗୁରୁତ୍ୱକୁ ବୁଝିପାରିଛନ୍ତି । ଆଜି ସୋସିଆଲ ମିଡ଼ିଆର ଜୀବନର ଏମିତି ଏକ ଅଙ୍ଗ ପାଲଟିଗଲାଣି , ଯାହାକୁ ଦୂରେଇ ହେବନାହିଁ ।

କ୍ୟାଟ୍ରିନା କହିଛନ୍ତି , ‘ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଯାହା ଗୋଟିଏ କ୍ଲିକରେ ଦୁନିଆ ସହ ଯୋଡ଼ିଥାଏ । ସୋସିଆଲ୍ ମିଡ଼ିଆ ଯୋଗୁଁ ଆଜି ମୁଁ ଦର୍ଶକଙ୍କର ନିକଟତର ହୋଇପାରିଛି । ସୋସିଆଲ ସାଇଟ ଯୋଗୁଁ ମୋ ଉପରୁ ପର୍ଦ୍ଦା ହଟିଯାଇଛି । ମୋ ପ୍ରଶଂସକମାନେ ମୋତେ ଜାଣିପାରୁଛନ୍ତି । ଫିଲ୍ମ ‘ଫିତୁର’ ଓ ‘ଫ୍ୟାଣ୍ଟମ୍’ର ଅସଫଳତା ପରେ ଯେତେବେଳେ କ୍ୟାଟ୍ରିନାଙ୍କୁ କରଣ ଜୋହର୍ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ ‘ବାର୍ ବାର୍ ଦେଖୋ’ ରେ ନେଇଥିଲେ , ସେତେବେଳେ କ୍ୟାଟ୍ରିନା ଶାନ୍ତିର ନିଶ୍ୱାସ ନେଇଥିଲେ । ଏହି ସମୟରେ କ୍ୟାଟ୍ରିନା ନିଜ ଫିଲ୍ମର ପ୍ରମୋସନ ପାଇଁ ସୋସିଆଲ ସାଇଟର ସାହାରା ନେଇଥିଲେ । କ୍ୟାଟ୍ରିନାଙ୍କ ଫିଲ୍ମ ‘ଜଗା ଜାସୁସ୍’ଜୁଲାଇ ୧୪ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ସହ ରଣବୀର କପୁର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।