ସାମ୍ନାକୁ ଆସିଲା ସୋଆ କ୍ୟାମ୍ପସର ଭିତିରି କଥା ! କ୍ୟାମ୍ପସ ସିଲେକ୍ସନବେଳେ ଛାତ୍ରୀଙ୍କୁ କୁହାଯାଉଥିଲା କିପରି ସୁନ୍ଦରୀ ହେବେ

44

କନକ ବ୍ୟୁରୋ: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଇଂଟରଭ୍ୟୁର ଭିତିରି କଥା ସାମ୍ନାକୁ ଆସିଛି । ବି-ଟେକ୍ ପାଠ ପଢି ଇଂଜିନିୟରିଂ ଚାକିରି ପାଇଁ ଇଂଟରଭ୍ୟୁ ଦେଉଥିବା ଛାତ୍ରୀ ମାନେ କିଭଳି ସୁନ୍ଦର ଦେଖାଯିବେ, ସେ ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ସଂପୃକ୍ତ କମ୍ପାନୀର ଅଧିକାରୀ ମାନେ ଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ କେଉଁ ଲିପଷ୍ଟିକ୍ ଲଗାଇଲେ ଛାତ୍ରୀ ମାନେ ଅଧିକ ଆକର୍ଷଣୀୟ ଦେଖାଯିବେ । ଚୁଟି କାଟିବେ କେମିତି ଓ ଷ୍ଟ୍ରେଟନିଂ କରିବା ଆବଶ୍ୟକ କାହିଁକି ।

ସୋଆ ବିରୋଧରେ ୨୦୧୫ରେ ମଧ୍ୟ ନକଲି କ୍ୟାମ୍ପସ ସିଲେକ୍ସନ କରାଯାଇଥିବା ଅଭିଯୋଗ ଆସିଛି । ଅଫର ଲେଟର ମିଳିଥିବାବେଳେ ନିଯୁକ୍ତି ଏଜେନ୍ସି ନକଲି ଥିବା ଜଣାପଡିଛି । ଆର୍ଥ ଇନଫ୍ରାଷ୍ଟକଚର ନାମକ ଏକ କମ୍ପାନି ସୋଆ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଚୟନ କରିଥିଲା । କିନ୍ତୁ ପରେ ଜଣାପଡିଲା ଏହି ଅଫର ଲେଟର ନକଲି ଥିଲା । ଗୁଡଗାଓଁର ଏହି କମ୍ପାନିରେ ଚାକିରି ଦେବା ନାଁରେ କିଭଳି ଭଣ୍ଡେଇଥିଲା ପ୍ଲେସମେଂଟ ଏଜେନ୍ସି, ସେନେଇ କନକ ନ୍ୟୁଜ କ୍ୟାମେରାରେ ପ୍ରକାଶ କରିଛନ୍ତି କିଛି ଛାତ୍ରଛାତ୍ରୀ ।