ଆଇଟିଇଆର ମୁଖ୍ୟ ଫାଟକରେ ତାଲା ! ସୋଆ ବିଶ୍ୱବିଦ୍ୟାଳୟରେ ଫେକ୍ ପ୍ଲେସମେଣ୍ଟ ଅଭିଯୋଗ

17

କନକ ବ୍ୟୁରୋ : ଆଇଟିଇଆର ମୁଖ୍ୟ ଫାଟକରେ ତାଲା । ଗ୍ୟାରେଂଟି ନିଯୁକ୍ତି ଦାବିରେ ଦ୍ୱିତୀୟ ଦିନରେ ଆଜି ଧାରଣା ଦେଇଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡିଶାର ୧ ନମ୍ବର ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଜାଲ ଅଫର ଲେଟର ବିରୋଧରେ ଆଜି ବି ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ଜାରି ରଖିଛନ୍ତି ।

ବିଶ୍ୱବିଦ୍ୟାଳୟକୁ ପ୍ଲେସମେଣ୍ଟ ପାଇଁ ଆସିଥିବା ୯ଟି କମ୍ପାନୀ ତିନି ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଚୟନ କରି ଚାକିରି ପାଇଁ ଅଫର ଲେଟର ଦେଇଥିଲେ । କିନ୍ତୁ ପରେ ଜଣାପଡିଲା ଏସବୁ ଅଫର ଲେଟର ନକଲି ଅଫର ଲେଟର ଥିଲା । ଆଉ ଏହି ଘଟଣା ପରେ ଛାତ୍ରଛାତ୍ରୀ ମାନେ ତାତି ଉଠିଥିଲେ । ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ପ୍ରତିବାଦ କରିଥିଲେ । ଘଟଣାସ୍ଥଳରେ ଚାପା ଉତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।