ନକଲି ଅଫର ଲେଟର ଘଟଣାକୁ ସ୍ୱୀକାର କଲେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ !

38

କନକ ବ୍ୟୁରୋ : ନକଲି ଅଫର ଲେଟର ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସ୍ୱୀକାର କରିଛନ୍ତି । ଏଥିପାଇଁ ଠକେଇରେ ପଡିଥିବା ଛାତ୍ରଛାତ୍ରୀଙ୍କୁ ବିକଳ୍ପ ଅଫର ଦିଆଯାଇଛି । ଅଫର ଅନୁସାରେ, ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଟିିଚିଂ ଆସିଷ୍ଟାଂଟ ଭାବେ ଏକବର୍ଷ ଯାଏଁ ୨୦ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ । ବର୍ଷକ ମଧ୍ୟରେ ସଂପୃକ୍ତ ଛାତ୍ରଛାତ୍ରୀ ଚାକିରୀ ପାଇଲେ ଷ୍ଟାଇପେଣ୍ଡ ଦିଆଯିବନାହିଁ ।

ସେହିଭଳି ଏମଟେକ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କଠାରୁ କୋର୍ସ ଫି ନିଆଯିବନାହିଁ । ଏମବିଏ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କଠାରୁ ଗୋଟିଏ ବର୍ଷର ପାଠ୍ୟକ୍ରମ ଦେୟ ନ ନେବାକୁ ଅଫର ଦିଆଯାଇଛି । ତେବେ ସୋଆ ଭଳି ବିଶ୍ୱବିଦୟାଳୟରେ ଛାତ୍ରଛାତ୍ରୀ କିଭଳି ଏଭଳି ବଡ ଠକେଇର ଶୀକାର ହେଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।